ୟୁକ୍ରେନୀୟ ବିଶ୍ବବିଦ୍ୟାଳୟଗୁଡ଼ିକର ଜିଦ୍‌: ଛାତ୍ରମାନେ ନିଜେ ନଆସିଲେ କାଗଜପତ୍ର ଦେବୁନି

ୟୁକ୍ରେନୀୟ ବିଶ୍ବବିଦ୍ୟାଳୟଗୁଡ଼ିକର ଜିଦ୍‌: ଛାତ୍ରମାନେ ନିଜେ ନଆସିଲେ କାଗଜପତ୍ର ଦେବୁନି

Kyiv Post

ମୁମ୍ବାଇ: ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରମାନଙ୍କର ଦୁର୍ଦ୍ଦଶା ଘୁଞ୍ଚିବାର ନାଁ ଧରୁନି। ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କ ପୁନଃ ନାମଲେଖା ନେଇ ଅନୁମତି ଦେଇନଥିବା ବେଳେ ଅନ୍ୟପଟେ ୟୁକ୍ରେନୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନଙ୍କ ସର୍ତ୍ତ ହେଉଛନ୍ତି ପିଲାମାନେ ଯୁଦ୍ଧବିଧ୍ବସ୍ତ ଦେଶକୁ ନିଜେ ଆସି ସେମାନଙ୍କ ମୂଳ ସାର୍ଟିଫିକେଟ୍ ଆଦି ନେଇଯାଆନ୍ତୁ। ଅନେକ ୟୁକ୍ରେନୀୟ ବିଶ୍ବବିଦ୍ୟାଳୟର ଡିନ୍‌ ଜଣାଇଛନ୍ତି ଯେ ଯେଉଁ ପିଲାମାନେ ଲାଇବ୍ରେରୀରୁ ନେଇଥିବା ବହି ଫେରାଇ ନାହାନ୍ତି କିମ୍ବା ହଷ୍ଟେଲ ଦେୟ ପଇଠ କରିନାହାନ୍ତି ସେମାନଙ୍କ ସାର୍ଟିଫିକେଟ ଦିଆଯିବ ନାହିଁ।

ଅଧିକାଂଶ ଛାତ୍ରଛାତ୍ରୀ କହିଛନ୍ତି ‌ଯେ ସେମାନେ ଫେବ୍ରୁଆରିରେ ଦେଶ ଛାଡ଼ି ଆସିବା ବେଳେ ହଷ୍ଟେଲଗୁଡ଼ିକରେ ସବୁ ଛାଡ଼ିଦେଇ ଆସିଥିଲେ। ଉଜହୋରଡ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟି ପରି ଆଉ କେତେକ ୟୁନିଭର୍ସିଟି ପିଲାମାନଙ୍କୁ ଦେଶକୁ ଫେରିଆସି ପୁଣି କ୍ଲାସ୍ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଏବେ ସବୁ ନିରାପଦ, ଆଗ ଭଳି ଭୟ ନାହିଁ ଏବଂ ସେମାନେ ପୂର୍ବରୁ ଯେଉଁ କଲେଜରେ ପଢ଼ୁଥିଲେ ସେଠାରେ ହିଁ ପଢ଼ା ଜାରି ରଖିବେ।
ଉର୍ବିଶା ଲଲୱାନି ନାମ୍ନୀ ଜଣେ ଛାତ୍ରୀ ଜଣେ ୟୁକ୍ରେନୀୟ ଏଜେଣ୍ଟ ମାଧ୍ୟମରେ ଜାପୋରିଝିଆ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରୁ କାଗଜପତ୍ର ଆଣିବା ପାଇଁ ଦାୟିତ୍ବ ଦେଇଥିଲେ ମଧ୍ୟ ୟୁନିଭର୍ସିଟି ତାଙ୍କୁ କଗଜପତ୍ର ଦେବାକୁ ମନା କରିଦେଲା। ଲଲୱାନିଙ୍କ ପରି ଅନେକ ଛାତ୍ର ଏହି କାମ ପାଇଁ ଏଜେଣ୍ଟ ପିଛା ୫୦୦ରୁ ୮୦୦ ଡଲାର ଦେଇ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe