ଘରକୁ ଯିବା ପାଇଁ ବସରେ ବସିଥିବା ବେଳେ ଇନ୍ସପେକ୍ଟରଙ୍କ ହୃତଘାତରେ ମୃତ୍ୟୁ

Advertisment

ଲକ୍ଷ୍ମୌ କୋର୍ଟର ସୁରକ୍ଷା ପାଇଁ ନିୟୋଜିତ ୩୨ବର୍ଷୀୟ ଇନ୍ସପେକ୍ଟର ଛୁଟିରେ ଘରକୁ ଯିବା ପାଇଁ ବସରେ ବସିଥିବା ବେଳେ ହୃଦଘାତର ହେଲେ ଶିକାର। ଡାକ୍ତର କଲେ ମୃତ ଘୋଷଣା।

ଲକ୍ଷ୍ମୌ କୋର୍ଟର ସୁରକ୍ଷା ପାଇଁ ନିୟୋଜିତ ୩୨ବର୍ଷୀୟ ଇନ୍ସପେକ୍ଟର ଛୁଟିରେ ଘରକୁ ଯିବା ପାଇଁ ବସରେ ବସିଥିବା ବେଳେ ହୃଦଘାତର ହେଲେ ଶିକାର। ଡାକ୍ତର କଲେ ମୃତ ଘୋଷଣା।

erqereqr

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ପ୍ରୟାଗରାଜରେ ରୋଡୱେଜ ବସ ଭିତରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଆଲୋଡ଼ନ ଖେଳି ଯାଇଛି। ମୃତ ଇନ୍ସପେକ୍ଟରଙ୍କ ନାମ ଅନୁରାଗ ଶର୍ମା ବୟସ ୩୨ବର୍ଷ ହୋଇଥିବା ଜଣାରପଡ଼ିଛି।

ସୂଚନାଯୋଗ୍ୟ, ବସ ଷ୍ଟାଣ୍ଡରେ ବସ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ଯାଇଥିଲେ। କିନ୍ତୁ ଅନୁରାଗ ଶର୍ମା ବସ ସିଟରେ ସେମିତି ବସି ରହିଥି‌ଲେ। କଣ୍ଡକ୍ଟର  ସିଟରେ ବସିଥିବା ଇନ୍ସପେକ୍ଟରଙ୍କ କୌଣସି ପ୍ରତିକ୍ରିୟା ଦେଖି ନପାରିବାରୁ ସେ ପୁଲିସ ଷ୍ଟେସନ‌ରେ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଇନ୍ସପେକ୍ଟରଙ୍କୁ ବସ ସିଟରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲା। ହେଲେ ସେତେବେଳକୁ ବହୁତ ବିଳମ୍ବ  ହୋଇଯାଇଥିଲା। ଡାକ୍ତର ଇନ୍ସପେକ୍ଟର ଅନୁରାଗ ଶର୍ମାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପରିଚୟ ବାହାର କରି ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ଅନୁରାଗ ଶର୍ମାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।

ମୃତ ଇନ୍ସପେକ୍ଟର ଅନୁରାଗ ଶର୍ମା ୨୦୧୩ ବ୍ୟାଚର ଥିବା ବେଳେ ସେ ଲକ୍ଷ୍ମୌ କୋର୍ଟର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ। ଅନୁରାଗ ଶର୍ମା ପ୍ରୟାଗରାଜ କ୍ରାଇମ ବ୍ରାଞ୍ଚ ସହିତ କରେଲି, ଖୁଲଦାବାଦ ଓ ଶାହଗଞ୍ଜ ଥାନାର ଇନ୍ସପେକ୍ଟର ଭାବେ କାମ କରିଛନ୍ତି। ତାଙ୍କର କାମକୁ ଲୋକେ ଖୁବ ପ୍ରଶଂସା ବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe