ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। "ଦୃଶ୍ୟମ" ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛି ଓ ମୃତଦେହକୁ ଏକ ଭାଟିରେ ପୋଡ଼ି ଦେଇଛି। ପୁଣେର ୱାର୍ଜେ ମାଲୱାଡି ପୁଲିସ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ।
ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଥମେ ତା ପତ୍ନୀଙ୍କୁ ଗଳାକାଟି ହତ୍ୟା କରିଥିଲା। ତା'ପରେ ସେ ଶବ ଦାହ କରିବା ପାଇଁ ଏକ ଲୁହା ଚୁଲି ତିଆରି କରିଥିଲା ଓ ସେଥିରେ ପୋଡ଼ି ଦେଇଥିଲା । ମୃତଦେହର ପାଉଁଶକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲା। ହତ୍ୟା ପରେ, ଅଭିଯୁକ୍ତ ପୁଲିସ ଷ୍ଟେସନକୁ ଯାଇ ପତ୍ନୀ ନିଖୋଜ ହୋଇଥିବା ନେଇ ଏକ ଅଭିଯୋଗ କରିଥିଲା । କିନ୍ତୁ ତାର ସନ୍ଦେହଜନକ ଆଚରଣକୁ ନେଇ ପୁଲିସର ସନ୍ଦେହ ହୋଇଥିଲା । ପରେ ତଦନ୍ତ ଆଧାରରେ ପୋଲିସ ତାକୁ ଗିରଫ କରିଥିଲା।
ଆହୁରି ପଢନ୍ତୁ : Bangladesh : ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପଛରେ କ୍ଲିଣ୍ଟନ !
ଦୃଶ୍ୟମ" ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ହତ୍ୟା
ଅଭିଯୁକ୍ତ ଏହି ଅପରାଧ କରିବା ପାଇଁ "ଦୃଶ୍ୟମ" ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇଥିବା ସ୍ୱୀକାର କରିଛି। ଅଭିଯୁକ୍ତଙ୍କ ନାମ ସମୀର ଜାଧବ। ଅମରାବତୀର ସମୀର, ପୁଣେର ଶିବେନ ଅଞ୍ଚଳରେ ରହୁଥିଲା। ସେ ଅଟୋମୋବାଇଲ ଡିପ୍ଲୋମା କରିଛି ଏବଂ ଏକ ଗ୍ୟାରେଜ ଚଳାଏ। ମୃତକଙ୍କ ନାମ ୩୮ ବର୍ଷ ବୟସ୍କା ଅଞ୍ଜଳି ସମୀର ଜାଧବ, ଯିଏ ଏକ ଘରୋଇ ସ୍କୁଲରେ ପାଠପଢ଼ାଉଥିଲେ।
ଏହି ଦମ୍ପତି ୨୦୧୭ ମସିହାରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛି, ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା। ପିଲାମାନେ ଦୀପାବଳି ଛୁଟି ପାଇଁ ସେମାନଙ୍କ ଗାଁକୁ ଯାଇଥିଲେ।
ଆହୁରି ପଢନ୍ତୁ : Bihar Elections 2025 : ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/09/pune-crime-2025-11-09-22-05-53.png)