ଜାପାନରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

Advertisment
ଜାପାନରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ଜାପାନ: ଉଦିତ ସୂର୍ଯ୍ୟର ଦେଶ ‘ଜାପାନ’ରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା, ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଓ ପ୍ରଥମ ରଥଯାତ୍ରା ଗତ ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଟୋକିଓ ଓ ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ରଥ ଟାଣିଥିଲେ। ଏହି ଘଟଣାରେ ଖୁସିବ୍ୟକ୍ତ କରି ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏଚ୍‌.ଇ ସିବି ଜର୍ଜ କହିଥିଲେ ଯେ ଜାପାନରେ ତାଙ୍କର ଏଯାବତ୍‌ ସହବସ୍ଥାନ କାଳରେ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ।

ଶ୍ରୀରାମ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠା ଓ ରଥଯାତ୍ରାର ଆୟୋଜନ ଏଠାକାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଥିବା ଏକତାକୁ ଆହୁରି ମଜଭୁତ କରିବ ବୋଲି ସେ କହିଥିଲେ। ଏହାସହ ସେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ, ଶ୍ରୀଜଗନ୍ନାଥ ସୋସାଇଟି, ଇସ୍କନ୍‌ ଏବଂ ଏଚ୍‌ଏସ୍‌ଏସ୍‌କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସୋସାଇଟିର ଆବାହକ ଜ୍ଞାନୀନ୍ଦ୍ର ମିଶ୍ର କହିଥିଲେ ଯେ ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଯେ ତ୍ରେତୟା ଯୁଗର ଭଗବାନ ଶ୍ରୀରାମ କଳିଯୁଗରେ ଜଗନ୍ନାଥଙ୍କ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଶ୍ରୀରାମ ମନ୍ଦିରରେ କାଳିଆ ସାଆନ୍ତଙ୍କ ବିଗ୍ରହ ସ୍ଥାପନା ଅତ୍ୟନ୍ତ ଆନନ୍ଦର ବିଷୟ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଗଠନର ସଭାପତି ଜଗମୋହନ ଚନ୍ଦ୍ରାଣୀ ଏବଂ ଓଣ୍ଡା କାଓରୁ ଯୋଗ ଦେଇଥିଲେ। ଏହ ଅବସରରେ ଏକ ସ୍ମରଣିକା ‘ଶ୍ରୀଜଗନ୍ନାଥ ଯାତ୍ରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe