ବୀମା ପରିସରଭୁକ୍ତ ‌ହେବେ ଟ୍ରକ୍‌ ଡ୍ରାଇଭର୍‌, ‌ହେଲ୍‌ପର୍‌

Advertisment

କେନ୍ଦ୍ର କରୁଛି ଯୋଜନା, ଘୋଷଣା ଖୁବ୍‌ଶୀଘ୍ର

କେନ୍ଦ୍ର କରୁଛି ଯୋଜନା, ଘୋଷଣା ଖୁବ୍‌ଶୀଘ୍ର

ବୀମା ପରିସରଭୁକ୍ତ ‌ହେବେ ଟ୍ରକ୍‌ ଡ୍ରାଇଭର୍‌, ‌ହେଲ୍‌ପର୍‌

Odisha Sun Times

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପରମାନଙ୍କୁ ବୀମା ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟ୍ରକ୍‌ ଡ୍ରାଇଭର ଓ ହେଲପରମାନଙ୍କୁ ବୀମା ପରିସରଭୁକ୍ତ କରିବା ନେଇ ଆଲୋଚନା ଶେଷ ହୋଇଛି। କିନ୍ତୁ ବୀମା ରାଶି ସମ୍ପର୍କରେ ନିଷ୍ପତ୍ତି ହୋଇପାରି ନାହିଁ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଟ୍ରାନ୍‌ସପୋର୍ଟ ଆସୋସିଏସନ୍‌ମାନଙ୍କ ଦ୍ବାରା ଅନ୍ୟ କରୋନା ଯୋଦ୍ଧାଙ୍କ ଭଳି ଟ୍ରକ୍‌ ଡ୍ରାଇଭର ଓ ହେଲପରମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe