Image Courtesy of TOI
ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ନିର୍ଦ୍ଧାରିତ ସ୍ଥଳ କେପ୍ ହର୍ଣ୍ଣ ଟପିଛି ଇଣ୍ଡିଆନ୍ ନେଭାଲ୍ ଭେସେଲ୍ ତାରିଣୀ। ଏଥିରେ ଯାଇଥିବା ସମସ୍ତ ମହିଳା ଅଭିଯାତ୍ରୀ ଏହି ଅବସରରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଟୁଇଟର୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।
ସେ କହିଛନ୍ତି: ଆଶ୍ଚର୍ଯ୍ୟଜନକ ଖବର! କେଇ ଘଣ୍ଟା ତଳେ ଆଇଏନ୍ଏସ୍ଭି ତାରିଣୀ କେପ୍ ହର୍ଣ୍ଣ ପରିକ୍ରମା କରିଥିବା ଜାଣି ଆନନ୍ଦିତ। ସେମାନଙ୍କର କୃତ୍ୱିତ୍ୱ ପାଇଁ ଆମେ ଅତ୍ୟନ୍ତ ଗୌରବାନ୍ଵିତ।
ଇଣ୍ଡିଆନ୍ ନେଭିର ଅଫିସିଆଲ୍ ଟୁଇଟର୍ ହାଣ୍ଡେଲ୍ ଉଲ୍ଲେଖ କରିଛି ଯେ ସମୁଦ୍ର ଥିଲା ଅଶାନ୍ତ ଏବଂ ଘଣ୍ଟାପ୍ରତି ୭୦ କି. ମି. ବେଗରେ ବାୟୁ ପ୍ରବାହିତ ହେଉଥିଲା।
ଏ ବର୍ଷର ଆଦ୍ୟ ଭାଗରେ ଏକ ଭିଡିଓରେ ଦେଖା ଯାଇଥିଲା, ଆଇଏନ୍ଏସ୍ଭି ତାରିଣୀର କ୍ରୁ’ମାନେ ଉତ୍କ୍ଷିପ୍ତ ତରଙ୍ଗ ଏବଂ ଭୀଷଣ ବର୍ଷାରେ ଦକ୍ଷିଣ ଆଟ୍ଲାଣ୍ଟିକ୍ ସାଗର ମଧ୍ୟସ୍ଥ ଫକ୍ଲାଣ୍ଡ୍ ଦ୍ୱୀପପୁଞ୍ଜକୁ ଯାଉଛନ୍ତି।
ଆଇଏନ୍ଏସ୍ଭିର କପ୍ତାନ ସାଜିଛନ୍ତି ଲେଫ୍ଟ୍ନାଣ୍ଟ୍ କମାଣ୍ଡର୍ ବର୍ତ୍ତିକା ଜୋଷୀ। କ୍ରୁ’ରେ ଥିବା ଅନ୍ୟମାନେ ହେଉଛନ୍ତି ଲେଫ୍ଟ୍ନାଣ୍ଟ୍ କମାଣ୍ଡର୍ ପ୍ରତିଭା ଜମ୍ଓ୍ଵାଲ୍, ପି ସ୍ୱାତୀ ଏବଂ ଲେଫ୍ନାଣ୍ଟ୍ ଏସ୍ ବିଜୟା ଦେବୀ, ଐଶ୍ୱର୍ଯ୍ୟା ବୋଦ୍ଦାପତି ଏବଂ ପାୟଲ ଗୁପ୍ତ।
ଜଳରେ ୨୨, ୧୦୦ ନଟିକାଲ୍ ମାଇଲ୍ ଅତିକ୍ରମ କରିଥିବା ପୋତଟି ଜଳଯାତ୍ରା ଶେଷ କରି ଏପ୍ରିଲ୍ ମାସରେ ଗୋଆରେ ପହଞ୍ଚିବ।
‘ନାବିକ ସାଗର ପରିକ୍ରମା’ ବୋଲି ଏହି ଅଭିଯାନ ମହିଳା ସଶକ୍ତି କରଣ ଏବଂ ‘ନାରୀ ଶକ୍ତି’କୁ ପ୍ରଦର୍ଶୀତ କରାଇବାକୁ ଏକ ଉଦ୍ୟମ।
Follow Us