ଗୁଇନ୍ଦା ସୂଚନା: ପାର୍ଲାମେଣ୍ଟ୍‌ ଆକ୍ରମଣ କରିବା ପାଇଁ ଆସୁଛନ୍ତି ଖଲିସ୍ତାନୀ ଆତଙ୍କବାଦୀ

Advertisment
ଗୁଇନ୍ଦା ସୂଚନା: ପାର୍ଲାମେଣ୍ଟ୍‌ ଆକ୍ରମଣ କରିବା ପାଇଁ ଆସୁଛନ୍ତି ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସଂସଦରେ ଆକ୍ରମଣ କରିବା ପାଇଁ ଉତ୍ତର ପ୍ରଦେଶର ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଏକ ବିସ୍ଫୋରକ ବୋଝେଇ କାର୍‌ରେ ଦୁଇ ଜଣ ଖଲିସ୍ତାନୀ ଆତଙ୍କବାଦୀ ଦିଲ୍ଲୀ ଅଭିମୁଖେ ଆସିଛନ୍ତି ବୋଲି ଗୁଇନ୍ଦା ଏଜେନ୍‌ସି ଠାରୁ ସୂଚନା ପାଇବା ପରେ କେନ୍ଦ୍ରୀୟ ଏବଂ ନୂଆଦିଲ୍ଲୀ ଜିଲ୍ଲାଗୁଡ଼ିକରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଦୁଇ ଆତଙ୍କବାଦୀ ଲଖଓ୍ଵିନ୍ଦର୍‌ ସିଂହ ଏବଂ ପରମିନ୍ଦର୍‌ ସିଂହ ଗୋଟିଏ ଧଳା ଇନୋଭାରେ ନେପାଳ ସୀମାନ୍ତରୁ ଆସୁଛନ୍ତି। ସେ ଦୁହିଁଙ୍କ ବୟସ ୫୦ ପାଖାପାଖି ହେବ ଏବଂ ସେମାନେ ଆଇଇଡି ଖଞ୍ଜିବାରେ ତାଲିମ ପାଇଛନ୍ତି।

ଦୁଇଟି ସୂତ୍ରରୁ ସୂଚନା ମିଳିଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ଗୁଇନ୍ଦା ଏଜେନସି ଛଡ଼ା, ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍‌ ଯୋଗେ ସେହି ଏକା ସୂଚନା ଦିଲ୍ଲୀ ପୁଲିସକୁ ଦେଇଥିଲେ। ସୂଚନା ପ୍ରଦାନକାରୀ ନିଜ ନାମ ଇକ୍‌ବାଲ୍‌ ବୋଲି କହିଥିଲେ। ସେ ନମ୍ବରଟି ଉତ୍ତରାଖଣ୍ଡର ଉଧାମ ସିଂହ ନଗରରେ ଥିବା କଥା ପୁଲିସ ଟ୍ରାକ୍‌ କରିଥିଲା।

ସେ ଦୁଇ ଆତଙ୍କବାଦୀଙ୍କ ନାଁ ୨୦୧୬ ନଭେମ୍ବର ମାସରେ ପଞ୍ଜାବର ନଭା ଜେଲ ଭାଙ୍ଗି ଖସି ଯାଇଥିବା ଦୁଇ ସନ୍ଦିଗ୍ଧଙ୍କ ନାମ ସହ ମେଳ ଖାଉଛି ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe