ହର୍ଷ ମନ୍ଦରଙ୍କ ଘରେ ଇଡି ଚଢ଼ଉକୁ ବୁଦ୍ଧିଜୀବୀଙ୍କ ବିରୋଧ

Advertisment
ହର୍ଷ ମନ୍ଦରଙ୍କ ଘରେ ଇଡି ଚଢ଼ଉକୁ ବୁଦ୍ଧିଜୀବୀଙ୍କ ବିରୋଧ

NewsClick

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଗୁରୁବାର ସାମାଜିକ କର୍ମୀ ହର୍ଷ ମନ୍ଦରଙ୍କ ବସନ୍ତକୁଞ୍ଜ ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ ଏବଂ ଦୁଇଟି ଅନାଥାଶ୍ରମରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଚଢ଼ଉ କରାଯାଇଥିଲା। ଆର୍ଥିକ ଅପରାଧ ଶାଖା ଦ୍ବାରା କରାଯାଇଥିବା ଏଫ୍ଆଇଆର୍‌ ଆଧାରରେ ଏହି ଚଢ଼ଉ ହୋଇଥିଲା। ଇଡିର ଏହି ଚଢ଼ଉକୁ ୬୦୦ ଶିକ୍ଷାବିତ୍‌, ସାମ୍ବାଦିକ, ଫିଲ୍ମ ନିର୍ମାତା, ଓକିଲ, ସମାଜସେବୀ ବିରୋଧ କରିଛନ୍ତି।

ମନ୍ଦରଙ୍କୁ ସମର୍ଥନ କରି ସେମାନେ କହିଛନ୍ତି, ଧମକାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି। ଲୋକଙ୍କ ଅଧିକାରକୁ ଅଣଦେଖା କରିବା ପାଇଁ ସରକାରୀ ସଂସ୍ଥାର ଦୁରୁପଯୋଗ କରାଯାଉଛି ବୋଲି ସେମାନେ କହିଛନ୍ତି। ଇଡି ଚଢ଼ଉକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ଐତିହାସିକ ରାଜମୋହନ ଗାନ୍ଧି, ଆଡ଼ଭୋକେଟ୍‌ ପ୍ରଶାନ୍ତ ଭୂଷଣ, ଇନ୍ଦିରା ଜୟସିଂହ, ସମା‌ଜସେବୀ ମେଧା ପାଟକର, ନନ୍ଦିନୀ ସୁନ୍ଦର, ଆକାଶ ବାନାର୍ଜୀ, ଦେବ ବେନେଗଲ ପ୍ରମୁଖ।

ସେମାନେ ଏକ ମିଳିତ ବୟାନ ଜାରି କହିଛନ୍ତି, ଜର୍ମାନରେ ଏକ ୬ ମାସିଆ ଫେଲୋସିପ୍‌ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବା ପାଇଁ ମନ୍ଦର ଯିବା ପରେ ଇଡି ଚଢ଼ଉ କରିଛି। ଗତ ଫେବ୍ରୁଆରିରେ ରାଷ୍ଟ୍ରୀୟ ବାଳ ସଂରକ୍ଷଣ ଅଧିକାର ଆୟୋଗ ନିର୍ଦ୍ଦେଶରେ ମନ୍ଦରଙ୍କ ଦ୍ବାରା ପରିଚାଳିତ ଦୁଇଟି ଅନାଥାଶ୍ରମ ବିରୋଧରେ ଆର୍ଥିକ ଅନିୟମିତତା ଏବଂ ଅନାଥାଶ୍ରମ ପିଲାଙ୍କୁ ସିଏଏ ଓ ଏନ୍‌ଆର୍‌ସି ବିରୋଧୀ ଆନ୍ଦୋଳନରେ ବ୍ୟବହାର କରାଯାଉଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe