Jagran English
ନୂଆଦିଲ୍ଲୀ : ଉତ୍ତର ପୂର୍ବ ଦିଲ୍ଲୀର ଚାନ୍ଦବାଗ୍ ଅଞ୍ଚଳର ଏକ ଡ୍ରେନ୍ରୁ ଆଜି ଜଣେ ଗୁଇନ୍ଦା ଅଧିକାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ଇଣ୍ଟେଲିଜେନ୍ସ ବ୍ୟୁରୋରେ କାମ କରୁଥିବା ଜଣେ ସୁରକ୍ଷା ସହଯୋଗୀ ଅଙ୍କିତ ଶର୍ମା ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାଟରେ କିଛି ଲୋକ ଚାନ୍ଦ ବାଗ୍ ବ୍ରିଜ୍ ନିକଟରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ଏବଂ ପରେ ତାଙ୍କ ମୃତଦେହକୁ ଡ୍ରେନ୍ ମଧ୍ୟକୁ ଫୋପାଡ଼ି ଦିଆଯାଇଛି। ଆଜି ଏହି ଅଧିକାରୀଙ୍କ ମୃତଦେହ ଡ୍ରେନ୍ରୁ ଉଦ୍ଧାର ହୋଇଛି। ଅଙ୍କିତଙ୍କ ବାପା ରବିନ୍ଦ୍ର ଶର୍ମା ମଧ୍ୟ ଆଇବିରେ କାମ କରୁଥିଲେ। ସେ କହିଛନ୍ତି, ଆମ୍ ଆଦ୍ମୀ ପାର୍ଟିର ସମର୍ଥକମାନେ ଅଙ୍କିତଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛନ୍ତି। ଅଙ୍କିତଙ୍କ ମୃତଦେହ ଏବେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଙ୍କିତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି।
Follow Us