ସିରିଆରେ ଭାରତୀୟଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲା ଭାରତ ବିଦେଶ ମନ୍ତ୍ରାଳୟ

ତୁରନ୍ତ ଛାଡ ସିରିଆ। ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ। ସରକାରଙ୍କ ପକ୍ଷରୁ ରାତି ଅଧିଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ।

 NewsroomPost

ନୂଆଦିଲ୍ଳୀ: ତୁରନ୍ତ ଛାଡ ସିରିଆ। ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ। ସରକାରଙ୍କ ପକ୍ଷରୁ ରାତି ଅଧିଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି।

ସିରିଆରେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସତ୍ତାରୁ ହଟାଇ କବଜା କରିବାକୁ ଚାହୁଁଛି ହୟାତ। ବିଦ୍ରୋହୀ ସମୁହ ହୟାତ ତହରିର ଅଲ ଶାମ, ଦେଶର ଦୁଇଟି ପ୍ରମୁଖ ସହର ଅଲପ୍ପା ଓ ହମା ଉପରେ କବଜା କରି ନେଇଛନ୍ତି। ଏବେ ହୋମ୍ସ ସହର କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସିରିଆ ସେନା ବିଦ୍ରୋହୀଙ୍କୁ ଅଟକାଇବାକୁ ଚେଷ୍ଟା ଚଳାଇଛି। ଏଥିରେ ଭୟଙ୍କର ହିଂସା ଦେଖିବାକୁ ମିଳିଛି। ବିଦ୍ରୋହୀ ଦଳ ହୟାତ ତହରିର ଅଲ ଶାମ ମୁଖ୍ୟ ଅବୁ ମହମ୍ମଦ ଅଲ୍‌-ଜୋଲାନି, ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଗାଦିଚ୍ୟୁତ କରି ଶାସନ କ୍ଷମତା ହାତେଇବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe