ଅନ୍ତଃ ରାଜ୍ୟ ପରିଷଦ ଓ ଅନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ଗଠିତ: ଷ୍ଟାଣ୍ଡିଂ କମିଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

Advertisment
୨୨ରେ କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ଗଠିତ ହୋଇଛି। ଏଥିରେ ୮ ଜଣ ମୁଖ୍ୟମନ୍ତ୍ରୀ ଓ ୪ ଜଣ କେନ୍ଦ୍ର ମନ୍ତ୍ରୀ ସ୍ଥାନ ପାଇଛନ୍ତି। କମିଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। ଅନ୍ତଃ ରାଜ୍ୟ ସଂପର୍କକୁ ସୁଦୃଢ଼ କରିବାରେ ପରିଷଦ ବିଶେଷ ଭୂମିକା ଗ୍ରହଣ କରିଥାଏ ଓ ପରିଷଦର ସୁପ‌ାରିସ ଅନୁସାରେ ନିଷ୍ପତ୍ତି ନିଆଯାଇଥାଏ। ଏହାସହିତ ନୂତନ ଅନ୍ତଃ ରାଜ୍ୟ ପରିଷଦ ଗଠିତ ହୋଇଛି। କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ଏଥିରେ ଛଅ ଜଣ କେନ୍ଦ୍ରମନ୍ତ୍ରୀ ସ୍ଥାନ ପାଇଥିବା ବେଳେ ଦଶ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ଥାନ ପ‌ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe