ଇ-ଯାନ କିଣିବାକୁ ସରକାରୀ କର୍ମଚାରୀଙ୍କୁ ମିଳିବ ସୁଧ ବିହୀନ ଅଗ୍ରୀମ

ଇ-ଯାନ କିଣିବାକୁ ସରକାରୀ କର୍ମଚାରୀଙ୍କୁ ମିଳିବ ସୁଧ ବିହୀନ ଅଗ୍ରୀମ

Zee News

ଭୁବନେଶ୍ବର : ରାଜ୍ୟରେ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ବଢ଼ାଇବାକୁ ସରକାରୀ କର୍ମଚାରୀଙ୍କୁ ସୁଧବିହୀନ ଅଗ୍ରୀମ ପ୍ରଦାନ କରାଯିବ। ୩୧ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ପକ୍ଷରୁ ଏହି ଅଗ୍ରିମ ରାଶି ପ୍ରଦାନ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି।

ରାଜ୍ୟ ସରକାରଙ୍କ ଗ୍ରୁପ୍‌-ଏ ଓ ଗ୍ରୁପ୍-ବି କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ କାର୍‌ କିଣିବାକୁ ଗାଡ଼ିର ଏକ୍ସ ସୋ’ରୁମ୍ ମୂଲ୍ୟର ୭୫% କିମ୍ବା ସର୍ବାଧିକ ୧୫ଲକ୍ଷ, ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡି କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଗାଡ଼ିର ଏକ୍ସ ସୋ’ରୁମ୍ ମୂଲ୍ୟର ୭୫% କିମ୍ବା ସର୍ବାଧିକ ୨ଲକ୍ଷ ଟଙ୍କା ଅଗ୍ରିମ ଆକାରରେ ଦିଆଯିବ। ସର୍ବାଧିକ କ୍ରମାଗତ ୧୦୦ଟି କିସ୍ତିରେ ଅଗ୍ରୀମ ଅର୍ଥ ଆଦାୟ କରାଯିବ, ଯେପରି ଅବସର ଗ୍ରହଣ କରିବାର ବର୍ଷକ ପୂର୍ବରୁ ସମସ୍ତ ଅର୍ଥ ଆଦାୟ ହୋଇପାରିବ। ଯଦି ଅବସର ପୂର୍ବରୁ ଚାକିରି ଛାଡ଼ିବେ ତେବେ ତାଙ୍କର ଅବସରକାଳୀନ ପ୍ରାପ୍ୟରୁ ଆଦାୟ କରାଯିବ। କର୍ମଚାରୀମାନେ ଚାହିଁଲେ ଏକସଙ୍ଗେ ଅବା ଆଗୁଆ ଅର୍ଥ ଫେରସ୍ତ କରିପାରିବେ। ଅଗ୍ରୀମ ନେଇଥିବା କର୍ମଚାରୀ ତିନି ମାସ ଭିତରେ ଗାଡ଼ିର ପଞ୍ଜୀକରଣ, ବୀମା ଓ ଡିଲର୍‌ ରସିଦ୍‌ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe