ଗସ୍ତଖର୍ଚ୍ଚକୁ ନେଇ ରୋଚକ ତଥ୍ୟ: କେଜ୍ରିୱାଲଙ୍କ ୫୦ ହଜାର ବନାମ ମାନ୍‌ଙ୍କ ୪୫ ଲକ୍ଷ

Advertisment
ଗସ୍ତଖର୍ଚ୍ଚକୁ ନେଇ ରୋଚକ ତଥ୍ୟ: କେଜ୍ରିୱାଲଙ୍କ ୫୦ ହଜାର ବନାମ ମାନ୍‌ଙ୍କ ୪୫ ଲକ୍ଷ

Newsdrum

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ମଧ୍ୟରେ ଏକ ରୋଚକ ତଥ୍ୟ ଚର୍ଚ୍ଚାକୁ ଆସିଛି। ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କେଜ୍ରିୱାଲ ତଥା ଆପ୍‌ର ମୁଣ୍ଡିଆଳ ନେତାମାନେ ରାଜ୍ୟ ଗସ୍ତରେ ଯାଉଛନ୍ତି। ଏହି ଅବସରରେ ଦିଲ୍ଲୀରୁ ଦୁଇଟି ଗସ୍ତରେ ଅରବିନ୍ଦ କେଜରିୱାଲ ମାତ୍ର ୪୮,୭୮୫ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଗୋଟିଏ ଥର ଗସ୍ତରେ ୪୪ ଲକ୍ଷ ୮୫ ହଜାର ଟଙ୍କା ରାଜକୋଷରୁ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।

ଗୁଜରାଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପାଇଁ ଗତ ଏପ୍ରିଲ ଓ ମେ ମାସରେ କେଜ୍ରିୱାଲ ଗୁଜରାଟକୁ ଦୁଇଥର ବିମାନରେ ଯାତ୍ରା କରିଥିବା ବେଳେ ମାନ୍ ଥରେ ବିମାନରେ ଯାତ୍ରା କରିଥିଲେ। ମାତ୍ର କେଜ୍ରିୱାଲଙ୍କ ଗସ୍ତ ଖର୍ଚ୍ଚଠାରୁ ମାନ୍‌ଙ୍କ ଖର୍ଚ୍ଚ ଥିଲା ୯୦ ଗୁଣ ଅଧିକ। ଜନୈକ ଭଟିଣ୍ଡା ନିବାସୀ ହରମିଲାପ ଗ୍ରେୱାଲ ଆର୍‌ଟିଆଇ ଆବେଦନ ମାଧ୍ୟମରେ ଏହି ତଥ୍ୟ ହାସଲ କରିଛନ୍ତି। ଗ୍ରେୱାଲ କେଜରିୱାଲ ଓ ମାନ୍‌ଙ୍କ ବିଭିନ୍ନ ପ୍ରଦେଶ ଗସ୍ତ ଖର୍ଚ୍ଚ ସମ୍ବନ୍ଧରେ ବିବରଣୀ ମାଗିଥିଲେ। ଏଥିରୁ ଜଣାପଡ଼ିଥିଲା କେଜ୍ରିୱାଲ ଏପ୍ରିଲରେ ସୁରତ ଯିବାବେଳେ ୧୬,୮୮୭ ଟଙ୍କା ଖର୍ଚ୍ଚ କରିଥିବା ବେଳେ ମେ ମାସରେ ରାଜକୋଟ ଗସ୍ତ କରି ୩୧,୮୯୮ ଟଙ୍କା ଖର୍ଚ୍ଚ କରିଥିଲେ। ଅଥଚ ମାନ୍ ଏପ୍ରିଲ ୧ରୁ ୩ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ୪୪.୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe