ଟିଏମସିରେ ଆଭ୍ୟନ୍ତରୀଣ କନ୍ଦଳ:କଲ୍ୟାଣ-ମହୁଆ ବାକ୍ ଯୁଦ୍ଧ ତୀବ୍ର ହେଲା

ବରିଷ୍ଠ ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ଏବଂ ସାଂସଦ ମହୁଆ ମୋଇତ୍ରଙ୍କ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି। ନିକଟରେ, କଲ୍ୟାଣ ବାନାର୍ଜୀ ମହୁଆଙ୍କୁ ରକ୍ଷା କରିବା ପାଇଁ ଦୁଃଖ ପ୍ରକାଶ କରିଛନ୍ତି...

Internal turmoil in TMC: Kalyan-Mahua war of words intensifies

Internal turmoil in TMC: Kalyan-Mahua war of words intensifies Photograph: (sambad.in)

କୋଲକତା:ତୃଣମୂଳ କଂଗ୍ରେସ(ଟିଏମସି) ଭିତରେ  ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି। କଲ୍ୟାଣ ବାନାର୍ଜୀ ଲୋକସଭାରେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇ ସଂଗଠନକୁ ଦୋହଲାଇ ଦେଇଥିଲେ। ସେ କହିଥିଲେ ଯେ, ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ମନ୍ତବ୍ୟ ପରେ ଏହି ପଦକ୍ଷେପ ନିଆଯାଇଛି। ଏହା ସହ ସେ ସାଂସଦମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଉପରେ ଚିନ୍ତା ପ୍ରକାଶ କରିଥିଲେ। କଲ୍ୟାଣ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ,ଯଦି ସବୁକିଛି ବିପର୍ଯ୍ୟସ୍ତ ହୁଏ, ତେବେ ଦୋଷ ମୋର ହେବ।

ଇସ୍ତଫା ଦେବାର ପରଦିନ, କଲ୍ୟାଣ ବାନାର୍ଜୀ ମହୁଆ ମୋଇତ୍ରଙ୍କୁ ଟାର୍ଗେଟ କରିଥିଲେ। ସୋସିଆଲ ମିଡିଆ ଏକ୍ସରେ ୨୦୨୩ର ଏକ ପୁରୁଣା ସଂସଦ ଭାଷଣ ସେୟାର କରି ସେ ଲେଖିଛନ୍ତି, ମୁଁ ବାଧ୍ୟବାଧକତାରୁ ନୁହେଁ ବରଂ ଦୃଢ଼ତାର ସହିତ ମହୁଆଙ୍କୁ ରକ୍ଷା କରିଥିଲି। କିନ୍ତୁ ଆଜି ସେ ମୋତେ ମହିଳା ବିରୋଧୀ ବୋଲି କହୁଛନ୍ତି। ମୋର ଦେଶକୁ କ୍ଷମା ମାଗିବା ଉଚିତ୍ ଯେ, ମୁଁ ଜଣେ ବ୍ୟକ୍ତିଙ୍କୁ ରକ୍ଷା କରିଥିଲି ଯିଏ କୃତଜ୍ଞତା ମଧ୍ୟ ଜାଣନ୍ତି ନାହିଁ। ଏବେ ଜନସାଧାରଣ ଏହାର ନିଷ୍ପତ୍ତି ନେବା ଉଚିତ୍।

ଅଧିକ ପଢ଼ନ୍ତୁ: ୧୬ ଦେଶରେ ବ୍ୟାପିଲା ନୂଆ ସଂକ୍ରାମକ ଭୂତାଣୁ: ଚୀନ୍‌ରେ ୭ ହଜାର ମାମଲା,ଆମେରିକାରେ ଯାତ୍ରା ସତର୍କତା ଜାରି

ମହୁଆଙ୍କ ଏକ ପୋଡକାଷ୍ଟ ସାକ୍ଷାତକାରରୁ ବିବାଦ ଆରମ୍ଭ ହୋଇଥିଲା। ସେ କଟାକ୍ଷ କରି କହିଥିଲେ, ଘୁଷୁରୀ ସହିତ କୁସ୍ତି ଲଢ଼ିଲେ ଜଣେ ଅସନା ହୋଇଯିବେ। କିନ୍ତୁ ଘୁଷୁରୀର କିଛି ହେବ ନାହିଁ। କାରଣ ସେ ଏହାକୁ ପସନ୍ଦ କରିଥାଏ। ସଂସଦରେ ମଧ୍ୟ କିଛି ଏପରି ପୁରୁଷ ଅଛନ୍ତି। ସେମାନେ ମହିଳା ବିରୋଧୀ,ଯୌନ ହତାଶ ଏବଂ ସେମାନଙ୍କର ଚିନ୍ତାଧାରା ବିକୃତ । ଏହି ବକ୍ତବ୍ୟ ସୋସିଆଲ ମିଡିଆ ଏବଂ ରାଜନୈତିକ କରିଡରରେ ନିଆଁ ପରି ବ୍ୟାପି ଯାଇଥିଲା।

ଏହି ବକ୍ତବ୍ୟକୁ "ଅସଭ୍ୟ ଏବଂ ଅମାନବୀୟ" ବୋଲି ଅଭିହିତ କରି କଲ୍ୟାଣ ବାନାର୍ଜୀ କହିଥିଲେ ଯେ, ସଂସଦରେ ସାଥୀ ପୁରୁଷ ସାଂସଦମାନଙ୍କୁ "ଘୁଷୁରୀ" କହିବା ମୌଳିକ ଶିଷ୍ଟାଚାର ବିରୁଦ୍ଧରେ। ସେ ଅଭିଯୋଗ କରିଥିଲେ ଯେ, ମହୁଆ ମହିଳା ବିରୋଧଈ ମାନସିକତାର ମିଥ୍ୟା ଆଶ୍ରୟ ନେଇ ସମାଲୋଚନାରୁ ବଞ୍ଚିବାକୁ ଚାହୁଁଛନ୍ତି। ମହୁଆଙ୍କ ସାମ୍ପ୍ରତିକ ବିବାହ ଉପରେ ମଧ୍ୟ ବାନାର୍ଜୀ ଏକ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ ଏବଂ କହିଥିଲେ, ଯେଉଁ ମହିଳା ପରିବାର ଭାଙ୍ଗି ଜଣେ ୬୫ ବର୍ଷୀୟ ପୁରୁଷଙ୍କୁ ବିବାହ କରିଛନ୍ତି ସେ ମୋତେ ମହିଳା ବିରୋଧୀ ବୋଲି କହୁଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ସେମାନେ ଦୁହେଁ ମୁହାଁମୁହିଁ ହୋଇଛନ୍ତି। ୨୦୨୨ ମସିହାରେ, ଏକ କଲେଜ ବଳାତ୍କାର ମାମଲାରେ କଲ୍ୟାଣ ବାନାର୍ଜୀ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ, ଯଦି ଜଣେ ବନ୍ଧୁ ଜଣେ ବନ୍ଧୁକୁ ବଳାତ୍କାର କରେ, ତେବେ କ'ଣ ପ୍ରତ୍ୟେକ ସ୍କୁଲରେ ପୁଲିସ ମୁତୟନ କରାଯିବ? ମହୁଆ ମୋଇତ୍ର ମଧ୍ୟ ଖୋଲାଖୋଲି ଭାବରେ କହିଥିଲେ ଯେ, ପ୍ରତ୍ୟେକ ଦଳରେ ମହିଳା ବିରୋଧୀ ମାନସିକତା ରହିଛି, କିନ୍ତୁ ଟିଏମସିର ଏପରି ମନ୍ତବ୍ୟକୁ ସମାଲୋଚନା କରିବାର ସାହସ ଅଛି।

ଅଧିକ ପଢ଼ନ୍ତୁ:ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ଗଲାଣି ୫ ଜୀବନ

mahua Moitra | kalyan-banerjee | TMC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe