ପରମାଣୁ ଅସ୍ତ୍ର ଉଚ୍ଛେଦ ଅଭିଯାନକୁ ନୋବେଲ ଶାନ୍ତି ପୁରସ୍କାର

Advertisment
ପରମାଣୁ ଅସ୍ତ୍ର ଉଚ୍ଛେଦ ଅଭିଯାନକୁ ନୋବେଲ ଶାନ୍ତି ପୁରସ୍କାର

ଓସ୍‌ଲୋ: ପରମାଣୁ ଅସ୍ତ୍ର ଉଚ୍ଛେଦ ଅଭିଯାନ ବା ଇଣ୍ଟରନ୍ୟାସନାଲ କ୍ୟାମ୍ପେନ୍‌ ଟୁ ଆବୋଲିସ ନ୍ୟୁକ୍ଲିୟର୍‌ ଓ୍ଵିପନ୍‌ସ(ଆଇକ୍ୟାନ୍‌)କୁ ୨୦୧୭ ଲାଗି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ଶୁକ୍ରବାର ନୋବେଲ କମିଟି ପକ୍ଷରୁ ଏହି ଘୋଷଣା କରାଯାଇ କୁହାଯାଇଛି କି ପରମାଣୁ ଯୁଦ୍ଧ ହେଉଛି ବିଶ୍ୱ ପାଇଁ ସବୁଠାରୁ ବଡ଼ ବିପଦ। ତେଣୁ ଏହାକୁ ରୋକିବା ଦିଗରେ କାର୍ଯ୍ୟ କରୁଥିବା ଆଇକ୍ୟାନ୍‌କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ ଓସ୍‌ଲୋଠାରେ ୧.୧୦ ମିଲିୟନ୍‌ ଡଲାର୍‌ ମୂଲ୍ୟର ପୁରସ୍କାର ରାଶି ଆଇକ୍ୟାନ୍‌କୁ ପ୍ରଦାନ କରାଯିବ।

୨୦୦୭ମସିହାରେ ଭିଏନାରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରାଥମିକ ଭାବେ ଅଷ୍ଟ୍ରେଲିଆରେ ଦାନବାନ୍ଧି ଥିଲା। ୧୦୦ଟି ଦେଶ ଛାମୁଆ ଅଣ-ସରକାରୀ ସଙ୍ଗଠନ ଗୋଷ୍ଠୀ ଏହାର ସଦସ୍ୟ ରହିଛନ୍ତି। ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଚାଲିଥିବା ପରମାଣୁ ଯୁଦ୍ଧ ଆଶଙ୍କା ପରିପ୍ରେକ୍ଷୀରେ ଏହି ପୁରସ୍କାର ଲାଗି ଆଇକ୍ୟାନ୍‌କୁ ମନୋନୀତ କରାଯିବା ବେଶ୍‌ ତାତ୍ପର୍ଯ୍ୟ ରଖେ।

ଗତ ଜୁଲାଇ ମାସରେ ପୃଥିବୀର ୧୨୨ଟି ରାଷ୍ଟ୍ର ପରମାଣୁ ଅସ୍ତ୍ରର ନିଷେଧ ଲାଗି ଜାତିସଂଘରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ପ୍ରସ୍ତାବ ଆଣିଥିଲେ ହିଁ ଆମେରିକା, ଋଷିଆ,ଚୀନ, ବ୍ରିଟେନ ଏବଂ ଫ୍ରାନ୍ସ ଏଥିରୁ ଓହରି ଯାଇଥିଲେ। ଏହି ପରମାଣୁ ଶକ୍ତିମାନେ ଏ ସମ୍ପର୍କିତ ଆଲୋଚନାରୁ ନିଜକୁ ଦୂରେଇ ରଖିଥିଲେ।

ଏସବୁ ସତ୍ତ୍ୱେ ଏକ ପରମାଣୁ ଅସ୍ତ୍ରମୁକ୍ତ ପୃଥିବୀ ଲାଗି ଆଇକ୍ୟାନ୍‌ ତା’ର ଉଦ୍ୟମ ଜାରି ରଖିଛି। ଯାହାକୁ ନୋବେଲ କମିଟି ସ୍ୱୀକୃତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe