ଜୁନ ୨୪ ସୁଦ୍ଧା ହାଜର ହୁଅ : ଶେଖ୍ ହାସିନାଙ୍କୁ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ୍ ଶେଖ ହାସିନାଙ୍କୁ ଜୁନ୍ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।

hasina

ଢାକା :  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହାସିନାଙ୍କୁ ଜୁନ୍ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ମାନବତା ବିରୋଧୀ ଅପରାଧ, ହତ୍ୟା ଏବଂ ଗଣହତ୍ୟା ଭଳି ଗମ୍ଭୀର ଅଭିଯୋଗର ମାମଲା ଟ୍ରିବ୍ୟୁନାଲରେ ଶେଖ ହାସିନାଙ୍କ ବିରୋଧରେ ବିଚାରାଧୀନ ଅଛି।

 ଜୁଲାଇ ୨୦୨୪ରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ସମୟରେ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ଷଡ଼ଯନ୍ତ୍ର କରିବାର ଅଭିଯୋଗ ହାସିନାଙ୍କ ଉପରେ ଅଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ହାସିନାଙ୍କ ଉପରେ ଜୁଲାଇ ୨୦୨୪ରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ସମୟରେ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଅଛି। ପୂର୍ବତନ ଗୃହମନ୍ତ୍ରୀ ଆସାଦୁଜ୍ଜମାନ ଖାନ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ୍-ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି। ଅବଦୁଲ୍ଲା ଅଲ୍-ମାମୁନଙ୍କୁ ପୂର୍ବରୁ ଗିରଫ କରାଯାଇ ଟ୍ରିବ୍ୟୁନାଲ୍ ସମ୍ମୁଖରେ ହାଜର କରାଯାଇସାରିଛି । ତେବେ ହସିନା ଏବଂ ଆସାଦୁଜ୍ଜମାନ ଫେରାର୍ ଥିବା କୁହାଯାଉଛି। ସେମାନଙ୍କୁ ଜୁନ ୨୪ ସୁଦ୍ଧା ଟ୍ରିବୁନାଲରେ ହାଜର ହେବାକୁ କୁହାଯାଇଛି । ଯଦି ସେମାନେ ହାଜିର ନହେବେ ତେବେ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି କରାଯାଇଛି ଦଣ୍ଡବିଧାନ କରାଯିବ । 

ପ୍ରସିକ୍ୟୁସନ ପକ୍ଷରୁ ଟ୍ରିବ୍ୟୁନାଲକୁ ସୂଚନା ଦିଆଯାଇଛି ଯେ ଶେଖ ହସିନା ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶ ପୁଲିସ ହାସିନାଙ୍କ ଢାକାସ୍ଥିତ ବାସଭବନ ସମେତ ଅନେକ ସମ୍ଭାବ୍ୟ ସ୍ଥାନରେ ତଲାସି କରିଥିଲା, କିନ୍ତୁ ତାଙ୍କୁ ପାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe