Image Courtesy of Social News xyz
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି କୁହାଯାଉଛି। ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ ରହିଛି। କେବଳ ଏୟାର ବବଲ୍ ବୁଝାମଣା ଅଧୀନରେ ଅଳ୍ପ ସଂଖ୍ୟକ ବିମାନର ଉଡ଼ାଣକୁ ଅନୁମତି ଦିଆଯାଇଛି। କୋଭିଡ୍ ସ୍ଥିତିରେ ସୁଧାର ହେଉଥିବାରୁ ଆନ୍ତର୍ଜାତିକ ଉଡ଼ାଣ ଆରମ୍ଭ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଲୋଡ଼ାଯାଇଛି। ଦେଶ ଭିତରେ ବିମାନ ଉଡ଼ାଣ ଦ୍ରୁତ ଗତିରେ ସ୍ବାଭାବିକ ହେଉଥିବାରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ ହାସଲ କରିବା ବାଧ୍ୟତାମୂଳକ।
Follow Us