ଧୀରୁଭାଇ ଅମ୍ବାନୀ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି ବିକ୍ରମ ସିଂହ

ଧୀରୁଭାଇ ଅମ୍ବାନୀ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି ବିକ୍ରମ ସିଂହ

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହି ଧମକ ମିଳିବା ପରେ ବିକେସି ଥାନାରେ ମାମଲା ରୁଜୁ କରାଯାଇଛି। ତେବେ ଏହି ଧମକ ଦେଇଥିବା ବ୍ୟକ୍ତିର ପରିଚୟ ବିକ୍ରମ ସିଂହ ନାମରେ ହୋଇଛି ବୋଲି ପୁଲିସ କହିଛି।

ଅଭିଯୁକ୍ତ ସ୍କୁଲର ଲ୍ୟାଣ୍ଡଲାଇନ ନମ୍ବରକୁ ଫୋନ କରି କହିଥିଲା କି, ସେ ସ୍କୁଲକୁ ଯଥାଶୀଘ୍ର ଉଡାଇ ଦେବ। କାରଣ ସ୍କୁଲ ଭିତରେ  ସେ ଏକ ଟାଇମ ବୋମା ଖଞ୍ଜିଛି। ଯାହାକୁ ଯାହା କରିବାର ଅଛି କରିନିଅ।’

ଗତ ମଙ୍ଗଳବାର ଘଟିଥିବା ଏହି ଘଟଣାକୁ ନେଇ ମୁମ୍ବାଇ ପୁଲିସ କହିଛି, ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଲ୍ୟାଣ୍ଡଲାଇନକୁ ମଙ୍ଗଳବାର ସମୟ ସାଢ଼େଚାରିଟାରେ ଏକ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ସ୍କୁଲରେ ଟାଇମ ବୋମା ରଖିଥିବା କଥା କହିଥିଲା। ଏହାପରେ ଫୋନକୁ ସେ ନିଜ ଆଡୁ କାଟି ଦେଇଥିଲା। ଏହି ଧମକପୂର୍ଣ୍ଣ ଖବର ପାଇବା ପରେ ସ୍କୁଲ ପକ୍ଷରୁ ଏନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ସଙ୍ଗେସଙ୍ଗେ ପୁଲିସର ଏକ ଦଳ ଓ ବୋମା ନିଷ୍କ୍ରିୟ ଦଳ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲର କୋଣଅନୁକୋଣ ତନତନ କରି ଖୋଜିବା ପରେ କୌଣସି ବୋମା ନପାଇବା ପରେ ଉକ୍ତ ସ୍ଥାନକୁ ସୁରକ୍ଷିତ ବୋଲି ଘୋଷଣା କରିଥିଲେ।’

ଏହି ଘଟଣା ପରେ ଫୋନ କରିଥିବା ବ୍ୟକ୍ତି ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୫୦୫(୧) (ବି) ଓ ୫୦୬ ଜରିଆରେ ମାମଲା ରୁଜୁ କରାଯାଇଛି। ଏଥିସହିତ ପୁଲିସ  ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଛି। ମୁମ୍ବାଇ ପୁଲିସର କହିବାନୁସାରେ, ‘ ଯିଏ ଏହି ଫୋନ କରିଥିଲା ତାହା ନାମ ବିକ୍ରମ ସିଂହ ରହିଥିବା ଜଣାପଡ଼ିଛି, ତାକୁ ତୁରନ୍ତ ଗିରଫ କରାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe