ମାନବ ଜୀବନର ଲକ୍ଷ୍ୟ ଉପରେ ଆନ୍ତର୍ଜାତିକ ୱେବ ଆଲୋଚନା ଚକ୍ର ଆୟୋଜିତ

Advertisment
ମାନବ ଜୀବନର ଲକ୍ଷ୍ୟ ଉପରେ ଆନ୍ତର୍ଜାତିକ ୱେବ ଆଲୋଚନା ଚକ୍ର ଆୟୋଜିତ

ଟରୋଣ୍ଟୋର/ଲଣ୍ଡନ/ଦୁବାଇ/କାଠମାଣ୍ଡୁ/ଆବୁଧାବୀ/ବେଙ୍ଗାଲୁରୁ/ଭୁବନେଶ୍ୱର: ପରୋପକାର ମାନବର ପରମ ଓ ଚରମ ଲକ୍ଷ୍ୟ ହେବା ଦରକାର ବୋଲି ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତ ପ୍ରକାଶ କରିଛନ୍ତି | ଜନସେବାକୁ ଜୀବନର ଧେୟ ଓ ପାଥେୟ କଲେ ମଣିଷ ଜନ୍ମ ଧନ୍ୟ ହୋଇଥାଏ ଓ ଆତ୍ମାର ମୋକ୍ଷ ଏବଂ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ବୋଲି ସ୍ୱାମୀଜୀ ସୁଚାଇଥିଲେ | ଥିଙ୍କର୍ସ କ୍ଲବ ଓ ବିଶ୍ୱ ଓଡ଼ିଆ ସଂଗଠନ ଗୁଡିକର ମିଳିତ ସହଯୋଗରେ ଆୟୋଜିତ ‘ଜୀବନର ଲକ୍ଷ୍ୟ’ ଶୀର୍ଷକ ଏକ ଭାର୍ଚୁଆଲ ଆଲୋଚନା ଚକ୍ରକୁ ମୁଖ୍ୟ ବକ୍ତା ଭାବରେ ସମ୍ବୋଧନ କରି ଶ୍ରୀ ସରସ୍ୱତୀ, ଅର୍ଥ, ପଦାର୍ଥ ଏବଂ ସାମର୍ଥ୍ୟ ଭଳି ବସ୍ତୁବାଦୀ ମାନସିକତାକୁ ଦୁରେଇ ଦେଇ ନିସ୍ଵାର୍ଥପର ପରୋପକାର ଏବଂ ଈଶ୍ୱରଙ୍କୁ ନିଷ୍କାମ ଭକ୍ତି କଲେ ଚିରନ୍ତନ ଶାନ୍ତି ଏବଂ ଐଶ୍ୱରିକ ଆନନ୍ଦ ପ୍ରାପ୍ତି ହୋଇ ଥାଏ ବୋଲି ଦର୍ଶାଇଥିଲେ | ବତ୍ତର୍ମାନର କରୋନା ସଂକଟ କାଳରେ ସମଗ୍ର ବିଶ୍ୱର ଜନସାଧାରଣ ହନ୍ତସନ୍ତ ହୋଇ ତ୍ରାହି,ତ୍ରାହି ଡାକୁଥିବା ବେଳେ ସେଥିରୁ ମୁକ୍ତି ପାଇବାକୁ ହେଲେ ମନରୁ ହତାଶାବୋଧ କୁ ଦୂରେଇଦେଇ ଭୋଗ ବଦଳରେ ତ୍ୟାଗକୁ ଆପଣେଇବାକୁ ସ୍ୱାମୀଜୀ ପରାମର୍ଶ ଦେଇଥିଲେ |

publive-image

ଦୀର୍ଘ ଚାରି ଘଣ୍ଟା ଧରି ଚାଲିଥିବା ଏହି ଲାଇଭ ଷ୍ଟ୍ରିମିଙ୍ଗ ମାନସ ମନ୍ଥନ ଅଧିବେଶନକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ବରଦା ଦାସ ସଂଯୋଜନା ଓ ପରିଚାଳନା କରିଥିଲେ। ଭିଡିଓ କନଫରେସିଂ ଜରିଆରେ ଏହି ଅନଲାଇନ ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ କରୋନା ମହାମାରୀ ଜୀବନର ସଂଜ୍ଞାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିବା ଉଲ୍ଲେଖ କରି ଜୀବନର ଅମୂଲ୍ୟତା, ପୁନର୍ଜନ୍ମର ପ୍ରାସଙ୍ଗିକତା ଏବଂ ମୋହ ମାୟାର ଔଚିତ୍ୟତା ନେଇ ସଧାରଣରେ ରହିଥିବା ଦ୍ଵନ୍ଦ୍ବ ଗୁଡିକ ଉପରେ ଆଲୋକପାତ କରିଥିଲେ। ଡିଜିଟାଲ ମଞ୍ଚକୁ ବିଭୁଦତ୍ତ ମହାନ୍ତି ଓ ନନ୍ଦନ ଦ୍ଵିବେଦୀ ଦକ୍ଷତାର ସହ ନିୟନ୍ତ୍ରଣ କରିଥିଲେ। ଏହି ୱେବିନାରରେ କଟକରୁ ଡଃ ଅରୁନ୍ଧତୀ ଦେବୀ, କାଠମାଣ୍ଡୁରୁ ସଞ୍ଜୟ ଦାସ, ଆବୁଧାବିରୁ ସିଦ୍ଧାର୍ଥ ଦାସ, ଭୁବନେଶ୍ବରରୁ ପୀତବାସ ମିଶ୍ର, ଲଣ୍ଡନରୁ କଳ୍ପନା ମିଶ୍ର, ଭୁବନେଶ୍ବରରୁ କୃପାନିଧି ବିଶ୍ବାଳ, ଭୁବନେଶ୍ବରରୁ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଥାଇଲାଣ୍ଡରୁ ଡଃ ଆଦ୍ରିଶ ବହ୍ମଦତ୍ତ, ଚେନ୍ନାଇରୁ ଶାନ୍ତନୁ ଜେନା, ଗାଜିଆବାଦରୁ ଲିପସା ପଟ୍ଟନାୟକ ମହାନ୍ତି, ଦୁବାଇରୁ ପ୍ରିତିଶ ଦାଶ, ବେଙ୍ଗାଲୁରରୁ ମନୋଜ ପାତ୍ର, ନୂଆଦିଲ୍ଲୀରୁ ବିନାୟକ ଦାସ,ମୁମ୍ବାଇରୁ ଡଃ ବି କେ ମହାରଣା, ନୂଆଦିଲ୍ଲୀରୁ ପୁଷ୍ପାଞ୍ଜଳି ବାରିକ, ଭୁବନେଶ୍ୱରରୁ ଗୀତାଞ୍ଜଳୀ ବିଶ୍ଵାଳ, ନୂଆଦିଲ୍ଲୀରୁ ପ୍ରମୋଦ ସୁତାର, ଭୁବନେଶ୍ବରରୁ ହୃଷୀକେଶ ପାତ୍ର ଓ ଟରୋଣ୍ଟୋରୁ ଡଃ ତନ୍ମୟ ପଣ୍ଡା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

publive-image

ବୈଠକରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆମଷ୍ଟର୍ଡ଼ମରୁ ଦୀପକ ପରିଡ଼ା, କୋଲକାତାରୁ ପୀତାମ୍ବର ବାରିକ ଓ ଅହଲ୍ୟା ବାରିକ, ମୁମ୍ବାଇରୁ ଲୋପିତା ହୋତା, ଭୁବନେଶ୍ୱରରୁ ଆର କେ ଇଣ୍ଡିଆନ, ନୂଆଦିଲ୍ଲୀରୁ ରିତା ପାତ୍ର, ଭୁବନେଶ୍ୱରରୁ କୃଷ୍ଣ ନାୟକ, ନୂଆଦିଲ୍ଲୀରୁ ଆଇନଜୀବୀ ସସ୍ମିତା ତ୍ରିପାଠୀ, କୁଏତରୁ ତୁଷାର ମିଶ୍ର, ଭୁବନେଶ୍ୱରରୁ ଡଃ ରବିନରାୟଣ ବେହେରା ଓ ନୋଏଡାରୁ ଶ୍ରାବଣୀ ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe