ଯୋଗ ହିଁ ସୁସ୍ଥ ଜୀବନର ସୂତ୍ର: ଜାଣନ୍ତୁ ଜୀବନରେ କାହିଁକି ଜରୁରୀ ଯୋଗ ? ଶରୀର ପାଇଁ କେତେ ଲାଭଦାୟକ ?

Advertisment

ଆଜି କାଲିର ଯୁଗ ଯାହା ହେଲାଣି ଔଷଧ ବି ଫେଲ ମାରୁଛି- ଯୋଗ ହିଁ ସୁସ୍ଥ ଜୀବନର ବିକଳ୍ପ.. ଯୋଗ ହିଁ ଜୀବନର ଏକ ବଡ ଅସ୍ତ୍ର ଯାହା ଆମ ଶରୀରକୁ ସୁସ୍ଥ ରଖେ । ଜାଣନ୍ତୁ ଜୀବନରେ କାହିଁକି ଜରୁରୀ ଯୋଗ.. ?

ଆଜି କାଲିର ଯୁଗ ଯାହା ହେଲାଣି ଔଷଧ ବି ଫେଲ ମାରୁଛି- ଯୋଗ ହିଁ ସୁସ୍ଥ ଜୀବନର ବିକଳ୍ପ.. ଯୋଗ ହିଁ ଜୀବନର ଏକ ବଡ ଅସ୍ତ୍ର ଯାହା ଆମ ଶରୀରକୁ ସୁସ୍ଥ ରଖେ । ଜାଣନ୍ତୁ ଜୀବନରେ କାହିଁକି ଜରୁରୀ ଯୋଗ.. ?

yoga a

ନୂଆଦିଲ୍ଲୀ: ବହୁତ ହୋଇଗଲା ଏଣିକି ଯୋଗ କରିବାକୁ ପଡିବ ନହେଲେ ସମୟ ଯାହା ହେଲାଣି ଅବେଳରେ ରୋଗ ମାଡି ବସିବ.. ଭାଇ ଯାହା କର ନକର, ସକାଳୁ ସଞ୍ଜ ଟିକେ ଯୋଗ ପ୍ରାଣାୟମ କର.. ଯୋଗ ଜୀବନର ଚାବି କାଠି, ଆଜି କାଲିର ଯୁଗ ଯାହା ହେଲାଣି ଔଷଧ ବି ଫେଲ ମାରୁଛି- ଯୋଗ ହିଁ ସୁସ୍ଥ ଜୀବନର ବିକଳ୍ପ.. ଆପଣ ଏମିତି କେତେ କଥା ଯୋଗକୁ ନେଇ ଆପଣ ଚାରିପାଖର ସମାଜରୁ ଶୁଣୁଥିବେ । ଆପଣ ବି ନିୟମିତ ଯୋଗ କରିବାକୁ ସଂକଳ୍ପ ନେଇଥିବେ ହେଲେ ତାହା ପାଳନ କରିପାରୁନଥିବେ ..

ହେଲେ ମନେ ରଖନ୍ତୁ ଯୋଗ ହିଁ ଜୀବନର ଏକ ବଡ ଅସ୍ତ୍ର ଯାହା ଆମ ଶରୀରକୁ ସୁସ୍ଥ ରଖେ । ଜାଣନ୍ତୁ ଜୀବନରେ କାହିଁକି ଜରୁରୀ ଯୋଗ.. ?

ଯୋଗ ଆଧ୍ୟାତ୍ମିକ, ଅନୁଶାସନ, ବିଜ୍ଞାନ । ଯୋଗ ସହ ମନ ମସ୍ତିଷ୍କ ଓ ଶରୀରର ସାମଞ୍ଜସ୍ୟ ଅଛି । ଯୋଗ ଆମ ପ୍ରାଚୀନ ପରମ୍ପରା ଓ ସସ୍କୃତି ସହ ଜଡ଼ିତ । ଏ କଥା କେବଳ ଆମେ କହୁନୁ ସାରା ବିଶ୍ୱ କହୁଛି । ଯୋଗ କଲେ ରୋଗ ଯିବ ଦୂରେଇ, ଅବସାଦ ପାଖ ମାଡ଼ିବନି । ମନ ଶାନ୍ତ ରହିବ, ଶରୀରର ସୁସ୍ଥ ରହିବ । 

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱରେ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ିଙ୍କର ଯୋଗ ପ୍ରତି ଆଗ୍ରହ ରହିଛି । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରିବା । ଆଜିର ବ୍ୟସ୍ତବହୁଳ ଜୀବନରେ, ଅନେକ ଲୋକ ଶାରୀରିକ ଏବଂ ମାନସିକ ଚାପ ସହିତ ସଂଘର୍ଷ କରୁଛନ୍ତି, ଏପରି ପରିସ୍ଥିତିରେ ଯୋଗ କରିବା ସେମାନଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହା ଅନେକ ପ୍ରକାରର ରୋଗକୁ ରୋକିବା, ଶରୀରକୁ ସକ୍ରିୟ ରଖିବା ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 

ଆଜିକାଲି ଆମ ସମସ୍ତଙ୍କ ଜୀବନଶୈଳୀ, ଖାଦ୍ୟପେୟ ଠିକ୍ ନଥିବାରୁ, ଆମକୁ ବିଭିନ୍ନ ପ୍ରକାରର ରୋଗର ମାଡିବସୁଛି । ଏଥିମଧ୍ୟରେ ହୃଦରୋଗ ବିଶେଷ ଭାବରେ ଦେଖାଯାଏ, ଯଦି ଆମେ ଆମର ବ୍ୟସ୍ତବହୁଳ ଜୀବନଶୈଳୀରୁ କିଛି ସମୟ ବାହାର କରି ଯୋଗ କରିବାରେ ବିତାଉ  ତେବେ ଆମେ ନିଜକୁ ବହୁତ ପରିମାଣରେ ସୁସ୍ଥ ରଖିପାରିବା । 

ଆମେ ପୂର୍ବରୁ ଜାଣୁ ଯେ ଯୋଗ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ । କିନ୍ତୁ ଏକ ଅଧ୍ୟୟନ ଅନୁସାରେ, ଯୋଗ ଆମର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ । ଏମିତି କି ଡାକ୍ତରମାନେ ବି ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି । ଯୋଗର ଅର୍ଥ କେବଳ ଶାରୀରିକ ବ୍ୟାୟାମ ନୁହେଁ ବରଂ ସମଗ୍ର ଶରୀରର ଚିକିତ୍ସା । ଯୋଗ ମାଧ୍ୟମରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ହାସଲ କରାଯାଏ । 

ଆମେ ଯୋଗ ମାଧ୍ୟମରେ ଆମର ଶରୀରକୁ ଆଭ୍ୟନ୍ତରୀଣ ଭାବରେ ମଧ୍ୟ ଶୁଦ୍ଧ କରିପାରିବା । ଜଣେ ବ୍ୟକ୍ତି ଯୋଗ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରାପ୍ତ ଲାଭ କରିପାରେ । ଯୋଗ କେବଳ ଆଜିଠାରୁ ନୁହେଁ ବରଂ ବିଶ୍ୱ ସୃଷ୍ଟି ହେବା ଦିନଠାରୁ ରହିଛି, କିନ୍ତୁ ଏହି ଜ୍ଞାନକୁ ଋଷି ଏବଂ ସନ୍ଥମାନେ ଗୁପ୍ତ ରଖିଥିଲେ । ଆମେ ସମସ୍ତେ ଜାଣୁ ଯେ, ପୂର୍ବ କାଳରେ, ଋଷି ଏବଂ ସନ୍ଥମାନେ ବହୁ ବର୍ଷ ଧରି ବଞ୍ଚିଥିଲେ, ଆଉ ଏହା ଥିଲା ଯୋଗ ଜ୍ଞାନର ପ୍ରଭାବ । 

୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ସଭାରେ ତାଙ୍କ ଭାଷଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପଦକ୍ଷେପକୁ ୧୭୭ଟି ଦେଶର ସମର୍ଥନ ମିଳିଥିଲା । ୧୧ ଡିସେମ୍ବର ୨୦୧୪ରେ, ମିଳିତ ଜାତିସଂଘ ପ୍ରତିବର୍ଷ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା । ଏହା ପରେ, ପ୍ରଥମ ଥର ପାଇଁ ୨୦୧୫ ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । 

ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏଥିପାଇଁ ୨୧ ଜୁନ୍ ତାରିଖ କାହିଁକି ବଛାଗଲା ? ପଛରେ କାରଣ ହେଉଛି ଯେ ୨୧ ଜୁନ୍ ବର୍ଷର ସବୁଠାରୁ ଲମ୍ବା ଦିନ । ଏହି ଦିନ ସୂର୍ଯ୍ୟକିରଣ ପୃଥିବୀ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଯୋଗ ପରମ୍ପରା ଅନୁସାରେ, ଏହା ବିଶ୍ୱାସ କରାଯାଏ ଯେ ଭଗବାନ ଶିବ, ଯାହାଙ୍କୁ ଆଦିଯୋଗୀ ବୋଲି କୁହାଯାଏ, ଏହି ଦିନ ଠାରୁ ତାଙ୍କ ଶିଷ୍ୟମାନଙ୍କୁ ଯୋଗର ଜ୍ଞାନ ପ୍ରଦାନ କରିବା ଆରମ୍ଭ କରିଥିଲେ । ତେବେ ଆସନ୍ତୁ ଏକାଠି ହେବା ଯୋଗ କରିବା, ଯୋଗ ଶିଖାଇବା । ରୋଗ ଅବସାଦରରୁ ଶରୀର ଓ ମନକୁ ସୁସ୍ଥ ରଖିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe