ଜମ୍ମୁ-କାଶ୍ମୀର: ନୂଆ ବର୍ଷରୁ ଆରମ୍ଭ ହେଲା ଏସ୍‌ଏମ୍‌ଏସ୍‌ ଓ ଇଣ୍ଟରନେଟ୍‌ ସେବା

ନବରଙ୍ଗପୁରରେ ଉପଗ୍ରହରୁ ଇଣ୍ଟରନେଟ୍‌ ପରୀକ୍ଷଣ: ଅପହଞ୍ଚ ଅଞ୍ଚଳରେ ମିଳିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌

emf.news

ଜମ୍ମୁ : ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ରରୁ ଜମ୍ମୁ-କାଶ୍ମୀରରେ ଏସ୍‌ଏମ୍‌ଏସ୍‌ ଏବଂ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଆଜି ମଧ୍ୟରାତ୍ରରୁ ସମସ୍ତ ସରକାରୀ ହସ୍‌ପିଟାଲମାନଙ୍କୁ ଏସ୍‌ଏମ୍‌ଏସ୍‌ ସେବାର ପୁନରୁଦ୍ଧାର କରାଯାଇଛି ବୋଲି ଜମ୍ମୁ-କାଶ୍ମୀର ସରକାରୀ ମୁଖପାତ୍ର ରୋହିତ କନ୍‌ସାଲ ସୂଚନା ଦେଇଛନ୍ତି। ଗତ ଡିସେମ୍ବର ୧୦ରେ ଜମ୍ମୁ-କାଶ୍ମୀରରେ ନିର୍ଦ୍ଦିଷ୍ଟ ଭାବେ ଛାତ୍ରଛାତ୍ରୀ, ଗବେଷକ ଓ ବ୍ୟବସାୟୀଙ୍କ ପାଇଁ ଏସ୍‌ଏମ୍‌ଏସ୍‌ ସେବାର ପୁନରୁଦ୍ଧାର କରାଯାଇଥିଲା। ମାତ୍ର, ଆଜି ମଧ୍ୟ ରାତ୍ରରୁ ଜମ୍ମୁ-କାଶ୍ମୀରରେ ସମ୍ପୂର୍ଣ୍ଣ ଭାବେ ଇଣ୍ଟରନେଟ୍‌ ଓ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ ବୋଲି କନ୍‌ସାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଗତ ଅଗଷ୍ଟ ୫ ତାରିଖରୁ କେନ୍ଦ୍ର ସରକାର ଏଠାରେ ଇଣ୍ଟର‌ନେଟ୍‌ ଓ ଏସ୍‌ଏମ୍‌ଏସ୍‌ ସେବାକୁ ହଟାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe