ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

Advertisment
ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

indiatoday

ଇମ୍ଫାଲ: ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ବନ୍ଦ ହେଲା ଇଣ୍ଟରନେଟ। ଆଜିଠାରୁ ୫ ଦିନ ପାଇଁ ମଣିପୁରରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିବ। ରବିବାର (ଅକ୍ଟୋବର ୧) ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟ ମଧ୍ୟ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ବୁଧବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଛୁଟି ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ମଣିପୁରରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ହ୍ବାଟସ୍ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମର, ମିଥ୍ୟା ଖବର ପ୍ରଚାର ତଥା ଅନ୍ୟାନ୍ୟ ପ୍ରକାରର ହିଂସାତ୍ମକ କାର୍ଯ୍ୟକଳାପକୁ ରୋକିବା ପାଇଁ ରାଜ୍ୟ ସରକାର ଇଣ୍ଟରନେଟ ସେବା ଓ ୩ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସରକାରୀ ନିର୍ଦ୍ଦେଶରେ ଦର୍ଶାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୬ ତାରିଖରୁ ନିଖୋଜ ଥିବା ମଣିପୁରର ଦୁଇ ଛାତ୍ରଛାତ୍ରୀଙ୍କ ଫଟୋ ସେପ୍ଟେମ୍ବର ୨୫ରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଉଭୟଙ୍କ ହତ୍ୟା ପୂର୍ବର ଏବଂ ହତ୍ୟା ପରର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭାଇରାଲ ହେଉଥିବା ଗୋଟିଏ ଫଟୋରେ ଜଣେ ଛାତ୍ରୀ ଓ  ଛାତ୍ର ଘାସ ଗାଲିଚାରେ ବସିଥିବାର ଦେଖା ଯାଇଥିବା ବେଳେ ସେମାନଙ୍କ ପଛରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଏକ ଫଟୋରେ ଦୁଇ ଛାତ୍ରଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ବୟସ ୧୭ ହୋଇଥିବା ବେଳେ ଛାତ୍ରଙ୍କ ବୟସ ୨୦ ବର୍ଷ ଥିଲା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe