ଭାରତ ସମେତ ୧୮ଟି ଦେଶରେ ଇଣ୍ଟରପୋଲ୍‌ ଚଢ଼ଉ: ୩ ସପ୍ତାହ ମଧ୍ୟରେ ଜବତ ହୋଇଛି ୭୬ ଟନ୍ ଡ୍ରଗ୍ସ, ୩୮୬ ଗିରଫ

ଇଣ୍ଟରପୋଲର ଅପରେସନ୍ ଲାୟନଫିସ୍-ମାୟାଗ-୩ ମାଧ୍ୟମରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୬.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୭୬ ଟନ୍ ନିଶାଦ୍ରବ୍ୟ ଜବତ କରାଯାଇଛି। ଭାରତ ସମେତ ୧୮ଟି ଦେଶରେ ଏହି ସମନ୍ୱିତ ଚଢ଼ଉ ଚାଲିଥିଲା।

interpol

ନୂଆଦିଲ୍ଲୀ: ଇଣ୍ଟରପୋଲର ଅପରେସନ୍ ଲାୟନଫିସ୍-ମାୟାଗ-୩ ମାଧ୍ୟମରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୬.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୭୬ ଟନ୍ ନିଶାଦ୍ରବ୍ୟ ଜବତ କରାଯାଇଛି। ଭାରତ ସମେତ ୧୮ଟି ଦେଶରେ ଏହି ସମନ୍ୱିତ ଚଢ଼ଉ ଚାଲିଥିଲା। କର୍ତ୍ତୃପକ୍ଷ ରେକର୍ଡ ୨୯୭ ନିୟୁତ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରିଛନ୍ତି। ଏହା ସହିତ ବିପୁଳ ପରିମାଣର ଫେଣ୍ଟାନିଲ୍, ହେରୋଇନ୍, କୋକେନ୍ ଓ ଡ୍ରଗ୍ସ ଉତ୍ପାଦନରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଚୋରା ଚାଲାଣକାରୀମାନେ ଚିହ୍ନଟକୁ ଏଡାଇବା ପାଇଁ ସର୍ଫବୋର୍ଡ, ଚା ପେଟି, ବିରାଡ଼ି ଖାଦ୍ୟ ପ୍ୟାକେଟ୍ ଓ କଫି ମେସିନ୍ ଭିତରେ ନିଶାଦ୍ରବ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏହି ଅପରେସନ ସମୟରେ ମୋଟ ୩୮୬ ଜଣଙ୍କୁ ଗିରଫ କରାଯାଇଥିଲା। ଡାର୍କନେଟ୍‌ରେ କାର୍ଯ୍ୟ କରୁଥିବା ଆପରାଧିକ ନେଟୱାର୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। 

ଇଣ୍ଟରପୋଲ ଭାରତକୁ ଏପରି ଏକ ଦେଶ ଭାବେ ଚିହ୍ନଟ କରିଛି ଯେଉଁଠି ଫେଣ୍ଟାନିଲର ସର୍ବାଧିକ ଅଂଶ ଜବତ ହୋଇଥିଲା। ଫେଣ୍ଟାନିଲ୍ ହେଉଛି ଏକ ସିନ୍ଥେଟିକ୍ ଓପିଅଏଡ୍, ଯାହା ଠିକ୍ ମର୍ଫିନ୍ ଓ ହେରୋଇନ୍ ପରି। ଏହା ସମ୍ପୂର୍ଣ୍ଣ ଭାବେ ଲାବୋରେଟୋରୀରେ ଉତ୍ପାଦିତ ହୋଇଥାଏ । ଯନ୍ତ୍ରଣା ନିବାରକ ଭାବରେ ବ୍ୟବହାର ପାଇଁ ଏହା ଆଇନଗତ ଅନୁମତି ପାଇଥିବାବେଳେ, ଅଧିକାଂଶ ଫେଣ୍ଟାନିଲ୍ ବେଆଇନ ଭାବରେ ଉତ୍ପାଦିତ ହୁଏ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe