ଶେଖ ହସିନାଙ୍କ ବିରୋଧରେ ଇଣ୍ଟରପୋଲ ଜାରି କରିପାରେ ନୋଟିସ: ଚିଠି ଲେଖିଲା ଆଇସିଟି

Advertisment

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କହିବାନୁସାରେ, ଶେଖ ହସିନାଙ୍କ ବିରୋଧରେ ପ୍ରଦର୍ଶନରେ ୭୫୩ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ଏହି ମାମଲାରେ ହସିନା ଏବଂ ତାଙ୍କ ଦଳର ନେତାଙ୍କ ବିରୋଧରେ ୬୦ରୁ ଅଧିକ ଅପରାଧ ଏବଂ ନରସଂହାର ଅଭିଯୋଗ ହୋଇଛି...

WhatsApp Image 2024-11-12 at 10.21.48 PM

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କୁ ବାଂଲାଦେଶକୁ ଫେରାଇ ଆଣିବା ପାଇଁ ଇଣ୍ଟରପୋଲରୁ ରେଡ୍ ନୋଟିସ୍ ଜାରି କରିବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ (ଆଇସିଟି)ର ମୁଖ୍ୟ ଆଇନଜୀବୀ ମହମ୍ମଦ ତାଜୁଲ ଇସଲାମ ଇନ୍ସପେକ୍ଟର ଜେନେରାଲ ମହମ୍ମଦ ମୋଇନୁଲ ଇସଲାମଙ୍କୁ ଏକ ଚିଠି ଲେଖିଛନ୍ତି।

ଅଧିକାରୀ କହିଛନ୍ତି ଯେ ରେଡ୍ ନୋଟିସ୍ ଏକ ଅନ୍ତର୍ଜାତୀୟ ଗିରଫ ୱାରେଣ୍ଟ ନୁହେଁ, ବରଂ ପ୍ରତ୍ୟର୍ପଣ, ଆତ୍ମସମର୍ପଣ କିମ୍ବା ଏପରି ଆଇନଗତ କାର୍ଯ୍ୟାନୁଷ୍ଠାନରୁ ପଳାଉଥିବା ବ୍ୟକ୍ତିଙ୍କୁ ଖୋଜିବା ତଥା ସାମୟିକ ଭାବେ ଗିରଫ କରିବା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅନୁରୋଧ। 

ଅଧିକ ପଢ଼ନ୍ତୁ: କମଲା ହାରିସ୍ ରାଷ୍ଟ୍ରପତି ହୁଅନ୍ତୁ: ଆମେରିକାରେ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe