ଶେଖ ହସିନାଙ୍କ ବିରୋଧରେ ଇଣ୍ଟରପୋଲ ଜାରି କରିପାରେ ନୋଟିସ: ଚିଠି ଲେଖିଲା ଆଇସିଟି

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କହିବାନୁସାରେ, ଶେଖ ହସିନାଙ୍କ ବିରୋଧରେ ପ୍ରଦର୍ଶନରେ ୭୫୩ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ଏହି ମାମଲାରେ ହସିନା ଏବଂ ତାଙ୍କ ଦଳର ନେତାଙ୍କ ବିରୋଧରେ ୬୦ରୁ ଅଧିକ ଅପରାଧ ଏବଂ ନରସଂହାର ଅଭିଯୋଗ ହୋଇଛି...

WhatsApp Image 2024-11-12 at 10.21.48 PM

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କୁ ବାଂଲାଦେଶକୁ ଫେରାଇ ଆଣିବା ପାଇଁ ଇଣ୍ଟରପୋଲରୁ ରେଡ୍ ନୋଟିସ୍ ଜାରି କରିବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ (ଆଇସିଟି)ର ମୁଖ୍ୟ ଆଇନଜୀବୀ ମହମ୍ମଦ ତାଜୁଲ ଇସଲାମ ଇନ୍ସପେକ୍ଟର ଜେନେରାଲ ମହମ୍ମଦ ମୋଇନୁଲ ଇସଲାମଙ୍କୁ ଏକ ଚିଠି ଲେଖିଛନ୍ତି।

ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଇଣ୍ଟରପୋଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କୁ ରେଡ୍ ନୋଟିସ ଜାରି କରିବାକୁ ସେ ପଦକ୍ଷେପ ନେବା ଉଚିତ୍।  

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ବ୍ୟାପାର ପରାମର୍ଶଦାତା ଆସିଫ ନାଜରୁଲ କହିଛନ୍ତି, ଖୁବ ଶୀଘ୍ର ଇଣ୍ଟରପୋଲ ମାଧ୍ୟମରେ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କୁ ଏକ ରେଡ୍ ନୋଟିସ ଜାରି କରାଯିବ। ଦୁନିଆରେ କେଉଁଠି  ମଧ୍ୟ ଏଭଳି ଫାସିବାଦୀମାନେ ଲୁଚି ରହିଥିଲେ ମଧ୍ୟ ସେମାନଙ୍କୁ ଫେରାଇ ଆଣିବ ପାଇଁ କୋର୍ଟ ଉତ୍ତରଦାୟୀ ରହିବ।

ଅଧିକ ପଢ଼ନ୍ତୁ: ନିର୍ବାଚନରେ ପରାଜିତ ହେଲେ ଲଣ୍ଡା ହେବି: ବିଜେପି ମନ୍ତ୍ରୀଙ୍କ ବଡ଼ ଘୋଷଣା

ମଧ୍ୟବର୍ତ୍ତୀକାଳୀନ ସରକାର କହିଛନ୍ତି- ବିକ୍ଷୋଭରେ ୭୫୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ହସିନା ଏବଂ ତାଙ୍କ ଦଳର ନେତାଙ୍କ ବିରୋଧରେ ୬୦ରୁ ଅଧିକ ଅପରାଧ ଏବଂ ନରସଂହାର ଅଭିଯୋଗ ହୋଇଛି। 

ଅଧିକାରୀ କହିଛନ୍ତି ଯେ ରେଡ୍ ନୋଟିସ୍ ଏକ ଅନ୍ତର୍ଜାତୀୟ ଗିରଫ ୱାରେଣ୍ଟ ନୁହେଁ, ବରଂ ପ୍ରତ୍ୟର୍ପଣ, ଆତ୍ମସମର୍ପଣ କିମ୍ବା ଏପରି ଆଇନଗତ କାର୍ଯ୍ୟାନୁଷ୍ଠାନରୁ ପଳାଉଥିବା ବ୍ୟକ୍ତିଙ୍କୁ ଖୋଜିବା ତଥା ସାମୟିକ ଭାବେ ଗିରଫ କରିବା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅନୁରୋଧ। 

ଅଧିକ ପଢ଼ନ୍ତୁ: କମଲା ହାରିସ୍ ରାଷ୍ଟ୍ରପତି ହୁଅନ୍ତୁ: ଆମେରିକାରେ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe