The Google search app is seen on an Android portable device on February 5, 2018. (Photo by Jaap Arriens/NurPhoto)
ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଜରିଆରେ ସ୍ମାର୍ଟଫୋନ୍ ବଜାରରେ ଆଧିପତ୍ୟ ବିସ୍ତାର କରିଥିବା ସଂସ୍ଥା ଗୁଗୁଲ୍ ବିରୋଧରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ତଦନ୍ତ ଜାରି ରଖିଛନ୍ତି। ଗୁଗୁଲ ନିଜ ଆଧିପତ୍ୟର ଅପବ୍ୟବହାର କରୁଥିବା ଅଭିଯୋଗ ରହିଛି। ଏହି ତଦନ୍ତ ବେଳେ ଗୁଗୁଲ୍ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ କମିସନଙ୍କୁ ଦେଇଛି। ସେହି ତଥ୍ୟ ଥିବା ରିପୋର୍ଟ ଗଣମାଧ୍ୟମରେ ଲିକ୍ ହେବା ବିଷୟକୁ ଗୁଗୁଲ୍ ଗମ୍ଭୀରତାର ସହ ନେଇଛି। କମିସନଙ୍କ ବିରୋଧରେ କଂପାନି ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଛି। ସିସିଆଇର ମହାନିର୍ଦେଶକ ଗୁଗୁଲ୍ ବିରୋଧରେ ତଦନ୍ତ କରୁଛନ୍ତି। ତାଙ୍କ ରିପୋର୍ଟ ଗଣମାଧ୍ୟମରେ ପ୍ରଘଟ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ଗୁଗୁଲ୍ କହିଛି। କୌଣସି ପରିସ୍ଥିତିରେ ଯେଭଳି ସେହି ରିପୋର୍ଟ ତଥ୍ୟ ବାହାରେ ପ୍ରଘଟ ନହୁଏ ତାହା ନିଶ୍ଚିତ କରିବା ଲାଗି କଂପାନି କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ଗୋପନୀୟ ତଥ୍ୟର ସୁରକ୍ଷା ସରକାରଙ୍କ ଦାୟିତ୍ବ ବୋଲି କଂପାନି ଏହାର ଆବେଦନରେ ଜଣାଇଛି। ଗୁଗୁଲ୍ ବିରୋଧରେ ସିସିଆଇ ପ୍ରସ୍ତୁତ କରିଥିବା ରିପୋର୍ଟ ଚୂଡ଼ାନ୍ତ ନୁହେଁ। ତାହା ଅନ୍ତରୀଣ ରିପୋର୍ଟ ଥିବା ଜଣାପଡ଼ିଛି। ତାହା ଗୁଗୁଲ୍ର ମଧ୍ୟ ହସ୍ତଗତ ହୋଇନାହିଁ। କଂପାନି ବିରୋଧରେ କ’ଣ ସବୁ ଅଭିଯୋଗ ରହିଛି ତାହା ମଧ୍ୟ ଗୁଗୁଲ୍ ଜାଣିନଥିବା କହିଛି।
Follow Us