ପିଆଇଏ ବିମାନର ଧ୍ବଂସାବଶେଷରୁ ନଗଦ ୩୦ ନିୟୁତ ଟଙ୍କା ପାଇଲେ ତଦନ୍ତକାରୀ

ପିଆଇଏ ବିମାନର ଧ୍ବଂସାବଶେଷରୁ ନଗଦ ୩୦ ନିୟୁତ ଟଙ୍କା ପାଇଲେ ତଦନ୍ତକାରୀ

Image Courtesy of India Today

କରାଚି: ଦୁର୍ଘଟଣାଗ୍ରସ୍ତ ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍‌ସ୍‌ର ଧ୍ବଂସାବଶେଷରୁ ତଦନ୍ତକାରୀ ଓ ଉଦ୍ଧାରକାରୀ କର୍ମଚାରୀମାନେ ନଗଦ ୩୦ ନିୟୁତ ଟଙ୍କା ପାଇଛନ୍ତି। ଏହି ବିମାନ ଦୁର୍ଘଟଣାରେ ୯ ଜଣ ଶିଶୁଙ୍କ ସମେତ ୯୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ‌ହେଉଛି ପାକିସ୍ତାନ ବିମାନ ଚଳାଚଳ ଇତିହାସ‌ରେ ସବୁଠୁ ଭୟାବହ ବିମାନ ଦୁର୍ଘଟଣା।

ଗୁରୁବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି କି, ତଦନ୍ତକାରୀ ଓ ଉଦ୍ଧାରକାରୀ କର୍ମଚାରୀମାନେ ବିମାନର ଧ୍ବଂସାବଶେଷ ମଧ୍ୟରୁ ୩୦ ନିୟୁତ ଟଙ୍କା ମୂଲ୍ୟର  ବିଭିନ୍ନ ଦେଶର ମୁଦ୍ରା ଓ ନୋଟ୍ ପାଇଛନ୍ତି।

publive-image Image Courtesy of QBNews5

ଏତେ ପରିମାଣର ନଗଦ ଟଙ୍କା କିଭଳି ବିମାନବନ୍ଦର ସିକ୍ୟୁରିଟି ଓ ଲଗେଜ୍ ସ୍କାନର୍ ଅତିକ୍ରମ କରି ବିମାନ ମଧ୍ୟକୁ ଗଲା, ତାହାର ତଦନ୍ତ ପାଇଁ ଆଦେଶ ଦିଆ ଯାଇଛି।

ଧ୍ବଂସାବଶେଷରୁ ମିଳିଥିବା ଦୁଇଟି ବ୍ୟାଗ୍‌ରେ ଏହି ଟଙ୍କା ଥିଲା। ସରକାରୀ ଅଧିକାରୀଜଣକ କହିଛନ୍ତି ଯେ ଶବ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଲଗେଜ୍‌ ସବୁ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।

ଗୁରୁବାର ଦିନ ଜଣେ ପାକିସ୍ତାନୀ ସରକାରୀ ଅଧିକାରୀ କହିଛନ୍ତି ଯେ ୪୭ଟି ଶବ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ଏବଂ ୪୩ଟି ଶବ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe