Advertisment

ଘରେ କୁକୁର ବୁଲାଉଥିବା ଲୋକଙ୍କୁ ବି ନେବ କି? ବାଲାସାହେବଙ୍କ ଘନିଷ୍ଠ ସହଯୋଗୀ ସିନ୍ଦେଙ୍କ ହାତ ଧରିବା ପରେ 'ମାତୋଶ୍ରୀ'ର ପ୍ରତିକ୍ରିୟା

Advertisment
ଘରେ କୁକୁର ବୁଲାଉଥିବା ଲୋକଙ୍କୁ ବି ନେବ କି? ବାଲାସାହେବଙ୍କ ଘନିଷ୍ଠ ସହଯୋଗୀ ସିନ୍ଦେଙ୍କ ହାତ ଧରିବା ପରେ 'ମାତୋଶ୍ରୀ'ର ପ୍ରତିକ୍ରିୟା

ମୁମ୍ବାଇ: ବାଲାସାହେବ ଠାକରେଙ୍କ ଘନିଷ୍ଠ ସହଯୋଗୀ ଚମ୍ପା ସିଂ ଥାପା ଏବଂ ମେରେଶ୍ୱର ରାଜେ ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ହେବା ପରେ ମାତୋଶ୍ରୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପରେ ଗୋଟିଏ ସହଯୋଗୀ ସିନ୍ଦେଙ୍କ ହାତ ଧରୁଥିବା ବେଳେ ଘରେ କୁକୁର ବୁଲାଉଥିବା ଲୋକଙ୍କୁ ବି ନିଜ ସହ ସାମିଲ କରିବ କି? ବୋଲି ମାତୋଶ୍ରୀ ପକ୍ଷରୁ ପ୍ରଶ୍ନ କରାଯାଇଛି। ମାତୋଶ୍ରୀରେ ଆହୁରି ଅନେକ କର୍ମଚାରୀ, ସଫେଇ କର୍ମଚାରୀଙ୍କ ସହ କୁକୁର ବୁଲାଉଥିବା ଲୋକଙ୍କୁ ବି ଯଦି ନିଜ ସହ ସାମିଲ କରିବ, ତେବେ ଆମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମାତୋଶ୍ରୀ ପକ୍ଷରୁ କୁହାଯାଉଛି।

ଉଦ୍ଧବ ଠାକରେଙ୍କ ଦଳର ନେତା ରାଜନ ବିଚାରେ ବାଲାସାହେବଙ୍କ ଘନିଷ୍ଠ ସହଯୋଗୀମାନେ ସିନ୍ଦେ ଦଳରେ ଯୋଗଦେବାକୁ ନିନ୍ଦା କରିଛନ୍ତି। ଥାନେରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସହରର ସର୍ବଦଳୀୟ ନବରାତ୍ରୀ ଉତ୍ସବ ଲୋକଙ୍କ ରାଜନୈତିକ ଘୋଷଣା ଦ୍ୱାରା ପ୍ରଭାବିତ ହୋଇଛି। ଦେବୀଙ୍କ ଶୋଭାଯାତ୍ରା ମଧ୍ୟରେ କିଛି ଲୋକ ନିଜ ଦଳକୁ ବଡ଼ ବୋଲି ଦେଖାଇବାକୁ ଚେଷ୍ଟା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିନ ଟେମ୍ବି ନାକା ନବରାତ୍ରୀ ପଦଯାତ୍ରାର ନେତୃତ୍ୱ ନେଇଥିଲେ ଏବଂ କଲୱାଠାରୁ ଟେମ୍ବି ନାକା ପର୍ଯ୍ୟନ୍ତ ଚାଲିଚାଲି ଯାତ୍ରା ଶେଷ କରିଥିଲେ। ଟେମ୍ବି ନାକାରେ, ସିନ୍ଦେ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥାପା ଏବଂ ରାଜେଙ୍କ ସମେତ କିଛି ନବାଗତଙ୍କୁ ପାର୍ଟିରେ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଥିଲେ। ଏଭଳି ଦେବୀଙ୍କ ଶୋଭାଯାତ୍ରାରେ ରାଜନୀତି କରିଥିବାରୁ ତାଙ୍କୁ ଟାର୍ଗେଟ କରିଛନ୍ତି ଠାକରେ ଗୋଷ୍ଠୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe