ଅପରାଧରେ ଅନେକ ଲୋକଙ୍କ ସମ୍ପୃକ୍ତି: ପୀଡ଼ିତାଙ୍କ ବାପା

Advertisment

କୋଲକାତାର ଆର୍‌ଜି କର ‌ମେଡିକାଲ କଲେଜ ଏବଂ ହସ୍ପିଟାଲରେ  ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇକୁ ପୀଡ଼ିତାଙ୍କ ବାପା ଚିଠି ଲେଖିଛନ୍ତି।

କୋଲକାତାର ଆର୍‌ଜି କର ‌ମେଡିକାଲ କଲେଜ ଏବଂ ହସ୍ପିଟାଲରେ  ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇକୁ ପୀଡ଼ିତାଙ୍କ ବାପା ଚିଠି ଲେଖିଛନ୍ତି।

fhsfhsfhth

କୋଲକାତା: କୋଲକାତାର ଆର୍‌ଜି କର ‌ମେଡିକାଲ କଲେଜ ଏବଂ ହସ୍ପିଟାଲରେ  ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇକୁ ପୀଡ଼ିତାଙ୍କ ବାପା ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ଝିଅ ସହ ଅପରାଧ ଘଟିବାର କିଛି ଘଣ୍ଟା ପୂର୍ବରୁ କଥା ହୋଇଥିଲେ। ଝିଅର କଲ୍‌ରେକର୍ଡ ସେଭ୍‌ କରି ରଖିବା ସହ ହସ୍ପିଟାଲର ସିସିଟିଭି ଫୁଟେଜ୍‌ ଏବଂ ବିଶେଷ କରି ସେମିନାର ହଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସୁରକ୍ଷିତ ରଖିବାପାଇଁ ଅନୁରୋଧ କରିଛନ୍ତି।

ଜଣେ ସିବିଆଇ ଅଫିସର କହିଛନ୍ତି, ପୀଡ଼ିତାଙ୍କ ବାପାଙ୍କର ଏହି ଚିଠି ସହ  ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବା ଶୁଣାଣି ସମୟରେ ଦାଖଲ ‌କରାଯାଇଛି।  ୨ ପୃଷ୍ଠାର ଚିଠିରେ ପୀଡ଼ିତାଙ୍କ ବାପା ତାଙ୍କ ଝିଅର ମୃତ୍ୟୁ ଘଟଣାର ତଦନ୍ତ ନେଇ ତାଙ୍କ ଅସହାୟତା ଦର୍ଶାଇଛନ୍ତି। ଅଗଷ୍ଟ ୮ ତାରିଖ ରାତିରେ ତାଙ୍କ ଝିଅ ସହ ଅନ୍ୟ କେଉଁମାନେ ସବୁ ନାଇଟ୍‌ ଡ୍ୟୁଟିରେ ଥିଲେ ତାହା ଜାଣିବାପାଇଁ ସିବିଆଇ ହସ୍ପିଟାଲ୍‌ରୁ ଡ୍ୟୁଟି ଚାର୍ଟ ଆଣିବାପାଇଁ ପୀଡ଼ିତାଙ୍କ ବାପା ଅନୁରୋଧ କରିଛନ୍ତି। ଅପରାଧରେ ହସ୍ପିଟାଲର ଅନ୍ୟ କେତେକ କର୍ମଚାରୀ ସଂପୃକ୍ତ ବୋଲି ସେ ଦୃଢ଼ତାର ସହ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe