ଆଇଏନ୍‌ଏକ୍ସ ମିଡିଆ ମାମଲା: ନଭେମ୍ବର ୨୯ ଯାଏଁ ଚିଦାମ୍ବରମଙ୍କୁ ମିଳିଲା ଗିରଫଦାରିରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା

Advertisment
ଆଇଏନ୍‌ଏକ୍ସ ମିଡିଆ ମାମଲା: ନଭେମ୍ବର ୨୯ ଯାଏଁ ଚିଦାମ୍ବରମଙ୍କୁ  ମିଳିଲା ଗିରଫଦାରିରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଗିରଫଦାରି ବିପକ୍ଷରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ନଭେମ୍ବର ୨୯ ତାରିଖ ଯାଏ ବଢ଼ାଇ ଦେଇଛନ୍ତି।

୩୫୦୦ କୋଟି ଟଙ୍କାର ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ କାରବାର ଏବଂ ୩୦୫ କୋଟି ଟଙ୍କାର ଆଇଏନ୍‌ଏକ୍ସ୍‍ ମିଡିଆ ମାମଲା ଯୋଗୁଁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ଭୂମିକା ତଦନ୍ତକାରୀ ଏଜେନ୍‌ସିଙ୍କ ନଜରକୁ ଆସିଥିଲା।

ଉପା-୧ ସରକାରଙ୍କ ଅଧୀନରେ ଚିଦାମ୍ବରମ୍‌ଙ୍କ ଅର୍ଥମନ୍ତ୍ରୀତ୍ୱ ଅମଳରେ ଏହି ଦୁଇଟି ସଂସ୍ଥାକୁ ଫରେନ୍‌ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ପ୍ରମୋସନ୍‌ ବୋର୍ଡରୁ କ୍ଲିୟରାନ୍‌ସ୍‌ ମିଳିଥିଲା। ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତିଙ୍କୁ ମଧ୍ୟ ଏହି ମାମଲାରେ ୧୦ ଲକ୍ଷ ଟଙ୍କା ଗ୍ରହଣ କରିଥିବା ଫେବ୍ରୁଆରି ୨୮ ତାରିଖ ଦିନ ଗିରଫ କରାଯାଇଥିଲା। ମାର୍ଚ ୨୩ ତାରିଖରେ ତାଙ୍କୁ ଜାମିନ ମଳିଥିଲା।

କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ମଳିଥିବା ଜାମିନ ବିରୋଧରେ ସିବିଆଇ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଚ୍‌ କରିଛନ୍ତି।

ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ହେଲେ ଆଇଏନ୍‌ଏକ୍ସ୍‍ ମିଡିଆର ପୂର୍ବତନ ନିର୍ଦେଶକ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଆଇଏନ୍‌ଏକ୍ସ୍‍ର ଖବର ନିର୍ଦେଶକ ପିଟର୍‌ ମୁଖାର୍ଜୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe