ଆଇଏନ୍‌ଏକ୍ସ ମିଡିଆ ମାମଲା: କାର୍ତ୍ତିଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ଘରେ ଇଡି ଚଢ଼ଉ

କାର୍ତ୍ତିଙ୍କ ବିଦେଶ ଗସ୍ତକୁ ଅନୁମତି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ବାସଭବନରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ାଉ କରିଛି। ଦିଲ୍ଲୀର ଗୋଟିଏ ସ୍ଥାନରେ ଏବଂ ଚେନ୍ନାଇର ୪ଟି ସ୍ଥାନରେ ଇଡି ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଅନ୍ୟପକ୍ଷରେ ଇଡି ଦ୍ୱାରା ଗତକାଲି କାର୍ତ୍ତିଙ୍କ ବିରୋଧରେ ସଦ୍ୟ ସମନ୍‌ ଜାରି କରାଯାଇଛି। ଜାନୁଆରୀ ୧୬ ତାରିଖରେ ଇଡି ଅଫିସରେ ହାଜର ହେବାକୁ କାର୍ତ୍ତିଙ୍କୁ ସମନ୍‌ ଜାରି ହୋଇଛି। ଗତ ମେ’ ୨୦୧୭ ମସିହାରେ ଇଡି କାର୍ତ୍ତିଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିଲା। ତେବେ ଆଜିର ଚଢ଼ାଉ ସମୟରେ ଇଡିକୁ କିଛି ତଥ୍ୟ ମିଳିନଥିବା ଚିଦମ୍ବରମ କହିଛନ୍ତି। ଚିଦମ୍ବରମ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିବା ସମୟରେ କାର୍ତ୍ତି ଲାଞ୍ଚ ନେଇ ବେଆଇନ ଉପାୟରେ ମୁମ୍ବାଇ ସ୍ଥିତ ଆଇଏନ୍‌ଏକ୍ସ ମିଡିଆକୁ ଏଫଆଇପିବି (ଫରେନ ଇନଭେଷ୍ଟମେଣ୍ଟ୍‌ ପ୍ରମୋସନ୍‌ ବୋର୍ଡ )ବିଦେଶୀ ନିବେଶ ସମ୍ବର୍ଧନ ବୋର୍ଡର ମଞ୍ଜୁରି ଦେଇଥିଲେ। କାର୍ତ୍ତି ଏନେଇ ୩.୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ମଧ୍ୟ ପୃଥକ୍‌ ଭାବେ ଆଇଏନ୍‌ଏକ୍ସ ମିଡିଆ ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe