ପି ଚିଦମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ୩୫.୫ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ପି ଚିଦମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ୩୫.୫ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ଇନ୍ଦ୍ରାଣୀ ମୁଖାର୍ଜୀ

image source--news18

ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ପୁଅ କାର୍ତ୍ତି ଚିଦମ୍ବରମ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସେଥିରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତାହା ଅନୁଯାୟୀ ଇନ୍ଦ୍ରାଣୀ ମୁଖାର୍ଜୀ ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ୩୫.୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଜଣାଯାଇଛି।

ସିଂଗାପୁର, ମରିସସ, ବରମୁଡା, ଇଂଲଣ୍ଡ ଓ ସ୍ୱିଜରଲାଣ୍ଡରେ ଏହି ଟଙ୍କା ଦିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି । ଏହି ଚାର୍ଜସିଟକୁ ବିଶେଷ ବିଚାରପତି ଲାଲ ସିଂଙ୍କ ସମ୍ମୁଖରେ ଦାଖଲ କରାଯାଇଛି ।

publive-image image source-times of india

ଆସନ୍ତା ସୋମବାର ଦିନ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ମାମଲାରେ ଶୁଣାଣି କରିବେ ବୋଲି ଜଣାଯାଇଛି। ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ୭ ଦିନ ଜେରା କରିବାପାଇଁ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଇଡିଙ୍କୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ,ଗତ ଅଗଷ୍ଟ ୨୧ ତାରିଖରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe