Image Courtesy of NDTV
ନୂଆଦିଲ୍ଲୀ: ଆଇଏନ୍ଏକ୍ସ୍ କଳାଟଙ୍କା ବଦଳ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ସକାଳେ ସିବିଆଇ ଚେନ୍ନାଇରୁ କାର୍ତ୍ତି ଚିଦାମ୍ବରମ୍ଙ୍କୁ ଗିରଫ କରିଛି।
ଆଇଏନ୍ଏକ୍ସ୍ ବିରୋଧରେ ଚାଲିଥିବା ଟିକସ ତଦନ୍ତ ମାମଲାକୁ ନିଜ ପ୍ରଭାବ ବଳରେ ଅଦଳ ବଦଳ କରାଇବକୁ କାର୍ତ୍ତି ଟଙ୍କା ଗ୍ରହଣ କରିଥିଲେ। ଫରେନ୍ ଇନ୍ଭେଷ୍ଟ୍ମେଣ୍ଟ୍ ପ୍ରମୋସନ୍ ବୋର୍ଡର ସର୍ତ୍ତାବଳୀ ଉଲ୍ଲଂଘନ କରି ଆଇଏନ୍ଏକ୍ସ ମିଡିଆ ମରିସସ୍ରୁ ଅର୍ଥ ବିନିଯୋଗ ଗ୍ରହଣ କରିଥିଲା। କାମ କରାଇ ଦେବାକୁ କାର୍ତ୍ତି ୧୦ ଲକ୍ଷ ଟଙ୍କା ନେଇ ଥିବାର ଭାଉଚ୍ର୍ ମଧ୍ୟ ସିବିଆଇ ପାଇଥିଲା।
ଆଇଏନ୍ଏକ୍ସ୍ ମିଡିଆ ମାମଲାରେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟଙ୍କ ସମନ୍ ଉପରେ ରହିତାଦେଶ ଜାରି କରିବାକୁ ଗତ ସପ୍ତାହରେ କଂଗ୍ରେସ ନେତା ପି ଚିଦାମ୍ବର୍ମ୍ଙ୍କ ପୁତ୍ର କାର୍ତ୍ତି ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ।
ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତ୍ତିଙ୍କୁ ଫେବ୍ରୁଆରି ୨ ତାରିଖ ଦିନ ଡାକିଥିଲେ। କିନ୍ତୁ ତାଙ୍କ ଆବେଦନ ସୁପ୍ରିମ୍ କୋର୍ଟରେ ଥିବାରୁ ସେ ଯାଇ ପାରିବେ ନାହିଁ ବୋଲି କହିଥିଲେ।
ଗତବର୍ଷ ମେ ମାସରେ ସୁପ୍ରିମ୍କୋର୍ଟ କାର୍ତ୍ତି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
Follow Us