ବାୟୋ-ବବଲରେ ଆଇପିଏଲ୍ ଖେଳାଳିଙ୍କୁ ମିଳିଥାଏ ଏହି ସବୁ ସୁବିଧା

ବାୟୋ-ବବଲରେ ଆଇପିଏଲ୍ ଖେଳାଳିଙ୍କୁ ମିଳିଥାଏ ଏହି ସବୁ ସୁବିଧା

Image Courtesy: News India 

ମୁମ୍ବାଇ: ମୁମ୍ବାଇର ତିନିଟି ଷ୍ଟାଡିୟମରେ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଠାରୁ ଆଇପିଏଲ୍ ଆରମ୍ଭ ହୋଇ ମଇ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୨ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ୍ ପାଇଁ ଖେଳାଳିମାନଙ୍କୁ ପ୍ରାୟ ଅଢେଇ ମାସ ବାୟୋ ବବଲରେ ରହିବାକୁ ପଡିବ। ବାୟୋ ବବଲର କଠୋର ନିୟମ କାରଣରୁ ଖେଳାଳିମାନେ ଏକ ସୀମିତ ଅଞ୍ଚଳରେ ହିଁ ରହିବେ, ଖେଳାଳି ମାନଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି।

ଏପରି ସ୍ଥିତିରେ ଫ୍ରାଞ୍ଚାଇଜ୍ ଦଳଗୁଡିକ ନିକଟରେ ବଡ ଚ୍ୟାଲେଞ୍ଜ ଥାଏ ଯେ ଖେଳାଳିମାନଙ୍କୁ ସୀମିତ ଅଞ୍ଚଳରେ ହିଁ କିପରି ଘରପରି ପରିବେଶ ଦିଆଯାଇପାରିବ। ଯାହାଦ୍ଵାରା ସେମାନେ କଠୋର ବାୟୋ ବବଲରେ ବି ଶାନ୍ତିର ସହ ରହିପାରିବେ ଓ ଖେଳ ଉପରେ ଧ୍ୟାନ ଦେଇପାରିବେ।

ଜାଣନ୍ତୁ ବାୟୋ ବବଲରେ କଣ କଣ ସୁବିଧା ଥାଏ –

ବାୟୋ ବବଲ ଭିତରେ ଛୋଟ ପିଲାଙ୍କ ପାଇଁ କିଡ୍ସ୍ ଜୋନ୍, ଖେଳାଳି ଓ ତାଙ୍କ ପରିବାରଙ୍କ ମନୋରଞ୍ଜନ ପାଇଁ ଟେବୁଲ୍ ଟେନିସ୍, କାର୍ଡ କେନ୍ଦ୍ରର ବ୍ୟବସ୍ଥା କରାଯାଇଥାଏ। ରାଜସ୍ଥାନ ରୟାଲ୍ସର ଜଣେ ଅଧିକାରୀଙ୍କ ଅନୁସାରେ ଖେଳାଳିମାନଙ୍କ ସହ ଆସିଥିବା ତାଙ୍କ ପିଲାଙ୍କ ପାଇଁ କିଡ୍ସ ରୁମ୍ ବନାଯାଇଛି। ସେଠାରେ ବିଭିନ୍ନ ପ୍ରକାରର ଖେଳଣା ରଖାଯାଇଛି। କାର୍ଟୁନ୍ ଚରିତ୍ରମାନଙ୍କୁ ରଖାଯାଇଛି। ଅନ୍ୟପକ୍ଷରେ ଖେଳାଳି ଓ ତାଙ୍କ ପରିବାର ଲୋକଙ୍କ ନିମନ୍ତେ ରେସିଂ ଗେମର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରେଡ୍-ବୁଲ୍ ସହିତ ବୁଝାମଣା କରାଯାଇଛି। ସକାଳେ ଚାଲିବା ପାଇଁ କଠୋରି ବାହାର କିଛି ସ୍ଥାନକୁ ବି ବୁକ୍ କରାଯାଇଛି। ଜିମ୍ ବ୍ୟବସ୍ଥା ବି କରାଯାଇଛି।

publive-image Image Courtesy: News India

ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇ ଫ୍ରାଞ୍ଚାଇଜ୍ ଫୁଟବଲ ପଡିଆ, ବକ୍ସ କ୍ରିକେଟ୍, ମୁମ୍ବାଇ ଇଣ୍ଡିଆନ୍ସ ବେଟେଲ୍ ଗ୍ରାଉଣ୍ଡ୍ ଇତ୍ୟାଦିର ବ୍ୟବସ୍ଥା କରିଛି। ଏହା ବ୍ୟତୀତ ଦଳ ଯେଉଁ ହୋଟେଲରେ ରହିବ ସେଠାରେ ଅତ୍ୟାଧୁନିକ ଜିମ୍, ମାଲିସ୍ ଲାଗି ଚେୟାର୍, ଗେମିଙ୍ଗ୍ କନ୍ସୋଲ୍, ଇଣ୍ଡୋର୍ ବାସ୍କେଟବଲ୍, ଟେବୁଲ୍ ଟେନିସ୍, କାଫେ, ମ୍ୟୁଜିକ୍ ବ୍ୟାଣ୍ଡ୍ ପାଇଁ ଭିନ୍ନ ଷ୍ଟେଜ୍ ଇତ୍ୟାଦି ବ୍ୟବସ୍ଥା କରାଯାଇଛି।

ଖେଳାଳି ଓ ତାଙ୍କ ପରିବାରଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନ ରଖି ସମୟ ସମୟରେ ଦଳର ଡାକ୍ତର ସ୍ଵାସ୍ଥ୍ୟ ଟିପ୍ସ ଦେଇଥାନ୍ତି। କିଛି ଦଳ ସ୍ଵାସ୍ଥ୍ୟ ସେକ୍ଟର ସହ ଅନୁବନ୍ଧିତ ହୋଇଛନ୍ତି ଯାହାଦ୍ଵାରା ଜରୁରିକାଳୀନ ପରିସ୍ଥିତିରେ ଖେଳାଳି ଓ ତାଙ୍କ ପରିବାରବର୍ଗଙ୍କୁ ସଠିକ୍ ସମୟରେ ସ୍ଵାସ୍ଥ୍ୟ ସୁବିଧା ମିଳିପାରିବ।

ଫ୍ରାଞ୍ଚାଇଜ୍ ଖେଳାଳି ଓ ପରିବାରର ସ୍ଵତନ୍ତ୍ର ଦିନ ଯେପରି ଜନ୍ମଦିନ, ବିବାହ ବାର୍ଷିକୀ ଇତ୍ୟାଦିର ଧ୍ୟାନ ରଖିଥାନ୍ତି। ତାଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥାଏ ଯେପରି ସେମାନେ ଏହି ଦିନରେ ଏକାକୀ ଅନୁଭବ ନକରିବେ।
ଖେଳାଳିମାନଙ୍କୁ ଚାପରୁ ମୁକ୍ତ କରିବା ପାଇଁ ସମୟ ସମୟରେ ଦଳୀୟ କଠୋରିରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଖେଳାଳି ଓ ତାଙ୍କ ପରିବାରଙ୍କ ପାଇଁ ମଜାଳିଆ ଖେଳର ବ୍ୟବସ୍ଥା କରାଯାଇଥାଏ। ଦଳର ବିଜୟ ପରେ ପାର୍ଟିର ଆୟୋଜନ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe