ଜାରି ହେଲା ଆଇପିଏଲ୍ ୨୦୨୨ରେ ଖେଳାଳି ନିଲାମ ପାଇଁ ଶେଷ ତାଲିକା, ୫୯୦ ଖେଳାଳିଙ୍କ ନାମ ନିଲାମରେ ସାମିଲ

Advertisment
ଆଇସିସି ଚିଠା ଏଫ୍‌ଟିପିରେ ଆଇପିଏଲ୍‌କୁ ଅଢ଼େଇ ମାସ

ନୂଆଦିଲ୍ଲୀ: ୨୦୨୨ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମ ଫେବୃଆରି ୧୨ ଓ ୧୩ ତାରିଖ ବେଙ୍ଗାଲୁରୁରେ କରାଯିବ। ମଙ୍ଗଳବାର ବିସିସିଆଇ ୫୯୦ ଖେଳାଳିଙ୍କ ନାମ ଜାରି କରିଛି ଯେଉଁମାନେ ନିଲାମର ଅଂଶ ହେବେ। ଏଥିରେ ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳି ଅଛନ୍ତି। ଏମାନଙ୍କ ମଧ୍ୟରେ ୩୫୫ ଅନକ୍ୟାପ୍ଡ ଖେଳାଳି ଓ ୨୨୮ କ୍ୟାପ୍ଡ ଖେଳାଳି ଅଛନ୍ତି। ୧୦ଟି ଦଳ ଏହି ଖେଳାଳିଙ୍କୁ ନିଜ ଦଳରେ ନେବା ପାଇଁ କୌଶଳ ପ୍ରଦର୍ଶନ କିରବେ। ୭ଟି ଆସୋସିଏଟେଡ୍ ଦେଶର ଖେଳାଳି ମଧ୍ୟ ନିଲାମର ଅଂଶ ହେବେ।

ଆଇପିଏଲ୍ ୨୦୨୨ ପାଇଁ କିଛି ବଡ ଖେଳାଳି ସେମାନଙ୍କର ନାମ ନିଲାମ ପାଇଁ ଦେଇ ନାହାନ୍ତି, ଏମାନେ ହେଲେ; ଓ୍ଵେଷ୍ଚ ଇଣ୍ଡିଜର କ୍ରିସ୍ ଗେଲ୍, ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ୍, ଇଂଲଣ୍ଡର ସାମ୍ କରାନ୍, ବେନ୍ ଷ୍ଟୋକ୍ସ୍, ଜୋଫ୍ରା ଆର୍ଚର୍ ଓ କ୍ରିସ୍ ଓ୍ଵକ୍ସ୍ ।

୨ କୋଟିର ପ୍ରାଥମିକ ମୂଲ୍ୟରେ ୪୮ ଜଣ ଖେଳାଳି ନିଜକୁ ରଖିଛନ୍ତି। ୨୦ ଜଣ ଖେଳାଳି ନିଜକୁ ୧ କୋଟି ୫୦ ଲକ୍ଷ ପ୍ରାଥମିକ ମୂଲ୍ୟରେ ରଖିଛନ୍ତି। ୧ କୋଟି ପ୍ରାଥମିକ ମୂଲ୍ୟରେ ୩୪ ଜଣ ନିଜକୁ ରଖିଛନ୍ତି।

publive-image

ଆଇପିଏଲ୍ ୨୦୨୨ ପାଇଁ ୩୩ ଜଣ ଖେଳାଳିଙ୍କୁ ରିଟେନ୍ କରାଯାଇଛି। ଏଠାରେ ଇଂରାଜୀ ଶବ୍ଦ ‘ରିଟେନ୍’ର ଅର୍ଥ ହେଉଛି ଏମାନେ ପୂର୍ବ ବର୍ଷ ଯେଉଁ ଦଳରେ ଥିଲେ ଏବେ ମଧ୍ୟ ସେହି ଦଳରେ ହିଁ ଅଛନ୍ତି। ଏମାନେ ନିଲାମର ଅଂଶ ହେବେ ନାହିଁ। ୮ଟି ଦଳ ୨୭ ଜଣ ଖେଳାଳିଙ୍କୁ ରିଟେନ୍ କରିଛନ୍ତି। ଅନ୍ୟପକ୍ଷରେ ୨ଟି ନୂଆ ଆଇପିଏଲ୍ ଦଳ ୬ଜଣଙ୍କ ଦଳରେ ରଖିଛନ୍ତି। ଲୋକେଶ୍ ରାହୁଲଙ୍କୁ ଲକ୍ଷ୍ନୌ ଦଳ ୧୭ କୋଟି ଟଙ୍କାରେ ଦଳରେ ନେଇଛି। ୧୦ଟି ଦଳ ଏହି ୩୩ ଜଣ ଖେଳାଳିଙ୍କ ପାଇଁ ୩୩୮ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।

ଭାରତର ୨ କୋଟିର ପ୍ରାରମ୍ଭିକ ମୂଲ୍ୟରେ ରବିଚନ୍ଦ୍ରନ ଅଶ୍ଵିନ, ଶ୍ରେୟସ୍ ଆୟାର୍, ଶିଖର୍ ଧାଓ୍ଵନ୍, ସୁରେଶ୍ ରୈନା, ଇଶାନ କିଶନଙ୍କ ନାମ ଅଛି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ୨ କୋଟିର ପ୍ରାରମ୍ଭିକ ମୂଲ୍ୟରେ ଡେଭିଡ୍ ଓ୍ଵାର୍ଣ୍ଣର୍, କାଗିସୋ ରାବାଡା, ପ୍ୟାଟ୍ କୁମିନ୍ସ୍, ସାକିବ୍ ଉଲ୍ ହାସନ୍, ମାର୍କ୍ ଉଡ୍, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ୍ ଜାମ୍ପା, ଫାଫ୍ ଡୁପ୍ଲେସିସ୍, ଡ୍ଵେନ୍ ବ୍ରାଭୋ, ଷ୍ଟିଭ୍ ସ୍ମିଥଙ୍କ ନାମ ରହିଛି।

( ବି.ଦ୍ର. - ଯେଉଁ ଖେଳାଳିମାନେ ନିଜ ଦେଶର ଜାତୀୟ ଦଳ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି ସେମାନଙ୍କୁ ଅନକ୍ୟାପ୍ଡ ଖେଳାଳି କୁହାଯାଇଥାଏ। ଯେଉଁ ଖେଳାଳିମାନେ ନିଜ ଦେଶର ଜାତୀୟ ଦଳ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ସେମାନଙ୍କୁ କ୍ୟାପ୍ଡ ଖେଳାଳି କୁହାଯାଏ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe