Times of India
ନୂଆଦିଲ୍ଳୀ: ନାଗରିକ ସଂଶୋଧନ ଆଇନ୍(ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାର ପ୍ରଭାବ ପଶ୍ଚିମବଙ୍ଗରେ ବିଶେଷ ଭାବେ ଦେଖିବାକୁ ମିଳିଛି। ଏପଟେ ଆଉ ମାତ୍ର ୭୨ ଘଣ୍ଟା ପରେ କୋଲକାତାରେ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ନିଲାମୀ। ତେବେ, ସିଏଏକୁ ନେଇ ଉପୁଜିଥିବା ଆନ୍ଦେଳନ ଆଇପିଏଲ୍ ଉପରେ କିଛି ପ୍ରଭାବ ପକାଇବି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଏ ନେଇ ଆଇପିଏଲ୍ ପରିଚାଳକଙ୍କ ପକ୍ଷରୁ ସୂଚନା ରହିଛି ଯେ ପରିସ୍ଥିତି ଉପରେ କଡ଼ା ନଜର ରହିଛି। କିପରି ଶୃଙ୍ଖଳାର ସହ ସବୁ କାର୍ଯ୍ୟ ସଂପାଦନା ହୋଇପାରିବ ସେଥିପାଇଁ ଉଦ୍ୟମ ରହିବ। ଏତେ ସବୁ ପରେ ବି ପଶ୍ଚିମବଙ୍ଗର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ନିଲାମୀ ଘୁଞ୍ଚିବାର ବେଶି ସମ୍ଭାବନା ନଜର ଆସୁଛି।
ଭାରତର ଆଇପିଏଲ୍ ଟି-୨୦ ମ୍ୟାଚ୍ର ୧୩ତମ ସଜିନ୍ ପାଇଁ ଆସନ୍ତା ୧୯ ତାରିଖରେ କୋଲକାତାରେ ଖେଳାଳିମାନଙ୍କର ନିଲାମୀ ହେବ। କୋଲକାତାରେ ହେବାକୁ ଥିବା ଏହି ନିଲାମୀରେ ଖେଳାଳିଙ୍କ ସଂଖ୍ୟା ହ୍ରାସ ପାଇ ୩୩୨ରେ ପହଞ୍ଚିଛି।
Catch Hindiଜାଣିଥାନ୍ତୁ କି, ଗତ ବୁଧବାର(ଡିସେମ୍ବର ୧୩)ର ଆଇପିଏଲ୍ ପରିଚାଳକ ୬୩୯ ଜଣ ଖେଳାଳିଙ୍କୁ ପ୍ରକ୍ରିୟାରୁ ବାହାର କରି ଦେଇଛନ୍ତି। ସମୁଦାୟ ୦୭୧ ପଞ୍ଜିକୃତ ଖେଳାଳିଙ୍କ ଭିତରୁ ୩୩୨ ଜଣଙ୍କୁ ସର୍ଟଲିଷ୍ଟେଡ୍ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକ ସଂଶୋଧନ ଆଇନ୍ର ସପକ୍ଷରେ ନାହାନ୍ତି। ପଶ୍ଚିମବଙ୍ଗର ଅଧିକାଂଶ ଲୋକ ଏହି ଆଇନ୍କୁ ବିରୋଧ କରି ହିଂସାତ୍ମକ ପ୍ରତବାଦ କରିବାରୁ ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି।
Follow Us