ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତୃତୀୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ଜିତିବା ପରେ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହଙ୍କ ସହ ଦୀର୍ଘ ସମୟ ଧରି କଥା ହେଉଥିବାର ନଜର ଆସିଛନ୍ତି। ଗମ୍ଭୀର କେକେଆର୍ର ଅଧିନାୟକ ଥିବା ବେଳେ ୨୦୧୨ ଓ ୨୦୧୪ ମସିହାରେ ମ୍ୟାଚ୍ ଜିତିଥିଲା ଦଳ।
ଏବେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି ଯେ ବିସିସିଆଇ ସଚିବ ଜୟ ଶାହ ଗୌତମ ଗମ୍ଭୀରଙ୍କ ସହ ଭାରତର ମୁଖ୍ୟ ପ୍ରଶିକ୍ଷକ ଭୂମିକା ପ୍ରତି ତାଙ୍କର ଆଗ୍ରହ ବିଷୟରେ କଥା ହେଉଛନ୍ତି।
ଘଟଣାକ୍ରମେ, ଜୟ ଶାହ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏକ ବିବୃତ୍ତିରେ କହିଛନ୍ତି ଯେ ଶୀର୍ଷ ଚାକିରି ପାଇଁ ବିସିସିଆଇ କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କ ନିକଟକୁ ଯାଇ ନାହିଁ। ତେବେ ବିସିସିଆଇର ମୁଖ୍ୟ ପ୍ରଶିକ୍ଷକ ପଦ ଦୌଡ଼ରେ ଗମ୍ଭୀର ରହିଛନ୍ତି।
ଏବେ ବିସିସିଆଇର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ଅଛନ୍ତି ରାହୁଲ ଦ୍ରାବିଡ। ଆଗାମୀ ଜୁନ୍ ମାସରେ ଟି -୨୦ ବିଶ୍ୱକପ ଶେଷ ହେବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି।
ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେଆର୍ ୧୦ ବର୍ଷ ପରେ ପୁଣି ଥରେ ଆଇପିଏଲ୍ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍ରେ ସୀମିତ ରଖିବା ପରେ କେକେଆର୍ ମ୍ୟାଚ୍କୁ ୮ ୱିକେଟ୍ରେ ଜିତିଯାଇଛି। ଚତୁର୍ଥ ଥର ପାଇଁ କେକେଆର୍ ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି।
Follow Us