ଆଇପିଏଲ୍ : ବଟଲର, ରଦରଫୋର୍ଡଙ୍କ ଲଢୁଆ ବ୍ୟାଟିଂ, ଦିଲ୍ଲୀକୁ ୭ ଓ୍ବିକେଟରେ ପରାସ୍ତ କଲା ଗୁଜରାଟ୍

Advertisment

ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସଠାରୁ ୭ ଓ୍ବିକେଟରେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ ପକ୍ଷରୁ ଗୁଜରାଟ ଆଗରେ ୨୦୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଗୁଜରାଟ ୧୯.୨ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସଠାରୁ ୭ ଓ୍ବିକେଟରେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ ପକ୍ଷରୁ ଗୁଜରାଟ ଆଗରେ ୨୦୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଗୁଜରାଟ ୧୯.୨ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

buttlr

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସଠାରୁ ୭ ଓ୍ବିକେଟରେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ ପକ୍ଷରୁ ଗୁଜରାଟ ଆଗରେ ୨୦୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଗୁଜରାଟ ୧୯.୨ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଜସ ବଟଲର ୯୭ ରନ କରିଥିବାବେଳେ ସେରଫେନ ରଦରଫୋର୍ଡ ୪୩ ରନ କରିଥିଲେ । ସେହିପରି ସାଇ ସୁଦର୍ଶନ ୩୬ ରନ କରିଥିଲେ । 

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୩ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପ୍ରାୟ ସମସ୍ତ ଆଗଧାଡ଼ିର ବ୍ୟାଟ୍ସମ୍ୟାନମାନେ ଭଲ ସ୍କୋର କରିଥିବାରୁ ଦଳଗତଭାବେ ଏକ ବଡ଼ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅକ୍ଷର ପଟେଲ ୩୯ ରନ କରିଥିବାବେଳେ ଆଶୁତୋଷ ଶର୍ମା ୩୭ ରନ କରିଥିଲେ । କରୁଣ ନାୟାର ଓ ଟ୍ରିଷ୍ଟାନ ଷ୍ଟବ୍ସ ୩୧ ରନ ଲେଖାଏଁ କରିଥିଲେ । କେଏଲ ରାହୁଲ ୨୮ ରନ କରିଥିବାବେଳେ ଅଭିଷେକ ପୋରେଲ୍ ୧୮ ରନ କରିଥିଲେ। 

ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଅର୍ସଦ ଖାଁ, ଇଶାନ୍ତ ଶର୍ମା ଓ ସାଇ କିଶୋର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe