ଶସ୍ତା ଆଇପିଏଲ ଟିକେଟ୍ ଲୋଭରେ ଫସିଗଲେ ମହିଳା: ଠକ ଠକିନେଲେ ୧୨ ହଜାର

ipl scammer

Photograph: (SAMBAD.IN)

କୋଲକାତା: ସାବଧାନ ମାତିଛନ୍ତି ଆଇପିଏଲ ଟିକେଟ୍ ଠକ । କମ୍ ଦାମରେ ଆଇପିଏଲ ଟିକେଟ୍ କରେଇ ଦେବାକୁ ସକ୍ରିୟ ରହିଛନ୍ତି ଦଲାଲ । ଆଉ ସୋସିଆଲ ମିଡିଆରେ ଏଥିପାଇଁ ଲୋଭନୀୟ ତଥା ଶସ୍ତା ଅଫର ଦେଇ ବୁଣିଛନ୍ତି ଜାଲ । ସେମିତି କିଛି ଶସ୍ତାରେ ଆଇପିଏଲ ଟିକେଟ୍ ଦେବାକୁ କହି ଠକେଇ ଜାଲ ବୁଣିଥିବା ଠକଙ୍କ ହାବୁଡରେ ପଡି ହଇରାଣ ହୋଇଛନ୍ତି ଜଣେ ମହିଳା । ଆଉ ହରାଇଛନ୍ତି ହଜାର ହଜାର ଟଙ୍କା ।

ମହିଳାଙ୍କୁ ମହଙ୍ଗା ପଡିଲା ଶସ୍ତାରେ ଆଇପିଏଲ ଟିକେଟ୍ ମିଳିବା ବିଜ୍ଞାପନରେ କ୍ଲିକ୍ କରିବା । ଇନଷ୍ଟାଗ୍ରାମର ଏହି ମିଛ ବିଜ୍ଞାପନ ଛୁଉଁ ଛୁଉଁ ଆକାଉଣ୍ଟରୁ ସିଧା କଟିଗଲା ୧୨ ହଜାର ଟଙ୍କା । ଆସନ୍ତାକାଲି ଆଇପିଏଲ ମହାଯୁଦ୍ଧ ଆରମ୍ଭ ହେବାକୁ ଥିବା ବେଳେ ତା ଆଗରୁ ଆସିଛି ଏଭଳି ଠକେଇର ଖବର ।

ତେବେ କୋଲକାତାର ଗିରିଶ ପାର୍କ ଥାନା ଅନ୍ତର୍ଗତ ଜଣେ ମହିଳା ମାର୍ଚ୍ଚ ୧୫ରେ ଇନଷ୍ଟାଗ୍ରାମରେ ଶସ୍ତାରେ ଆଇପିଏଲ ଟିକେଟ୍ ନାମକ ଏକ ବିଜ୍ଞାପନ ଦେଖି କ୍ଲିକ କରିଥିଲେ । ପରେ ସେ ବିକ୍ରେତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଟିକେଟ ଦରର ୩୦ ପ୍ରତିଶତ ତାଙ୍କୁ ଦେବାକୁ ପଡିବ ବୋଲି ବିକ୍ରେତା ଜଣଙ୍କ କହିବା ପରେ ମହିଳା ଜଣଙ୍କ ପେମେଣ୍ଟ କରିଥିଲେ, ପରେ ଏକ ଫେକ୍  ମେଲ ପଠାଇ ଠକ ଜଣଙ୍କ ମହିଳାଙ୍କୁ ବ୍ଲକ କରିଦେଇଥିଲେ । 

୧୨ ହଜାର ଟଙ୍କା ଠକେଇର ଶିକାର ହେବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ମହିଳା ଏବଂ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି । ତେବେ କୌଣସି ଅଜଣା ଲିଙ୍କକୁ ଟିକେଟ୍ ନକିଣିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe