ମାତ୍ର ୫ବର୍ଷ କାମ କରିବା ପରେ ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍

Advertisment
ମାତ୍ର ୫ବର୍ଷ କାମ କରିବା ପରେ ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍

ନୂଆଦିଲ୍ଲୀ: ଚର୍ଚ୍ଚିତ ଆଇପିଏସ୍ କାମ୍ୟା ମିଶ୍ରା ଇସ୍ତଫା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାମ୍ୟା ନିଜର କିଛି ବ୍ୟକ୍ତିଗତ କାରଣକୁ ଦର୍ଶାଇ ଇସ୍ତଫା ପତ୍ରକୁ ପୁଲିସ ମୁଖ୍ୟାଳୟକୁ ପଠାଇ କଲ ଜରିଆରେ ଏହାର ସୂଚନା ଦେଇଛନ୍ତି। ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ପୁଲିସ ମୁଖ୍ୟାଳୟ ତାଙ୍କ ଇସ୍ତଫାକୁ ମଞ୍ଜୁରି ଦେଇ ନଥିଲା।

ସୂଚନାଯୋଗ୍ୟ, ଆଇପିଏସ୍ କାମ୍ୟା ମିଶ୍ରା ମାତ୍ର ୫ବର୍ଷ ଚାକିରି କରିବା ପରେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ତେବେ ଏହି ଇସ୍ତଫା ପତ୍ର‌ରେ ସେ ନିଜର ବ୍ୟକ୍ତିଗତ ଓ ପାରିବାରିକ କାରଣକୁ ଦର୍ଶାଇ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।

କିଛି ବିଶେଷ ସୂତ୍ରରୁ ଜଣାପଡ଼ିଛି କାମ୍ୟାଙ୍କ ପାଇଁ ଏହି ନିଷ୍ପତ୍ତି ନେବା ସହଜ ନଥିଲା। ଅନେକ ଚିନ୍ତା କରିବା ପରେ ନିଜ ମନକୁ ଦୃଢ଼ କରି ସେ ତାଙ୍କ ଆଇପିଏସ ପଦରୁ ଇସ୍ତଫା ଦେଇଛନ୍ତି। କାମ୍ୟା ତାଙ୍କ ବାପା ଓ ମା’ଙ୍କ ଏକମାତ୍ର ସନ୍ତାନ। ତାଙ୍କ ବାପା ଓଡ଼ିଶାର ଜଣେ ବଡ଼ ବ୍ୟବସାୟୀ ଭାବେ ବେଶ ଜଣାଶୁଣା। ତେବେ କୁହାଯାଉଛି କାମ୍ୟା ବୋଧ ହୁଏ ତାଙ୍କ ବାପାଙ୍କ ବ୍ୟବସାୟର ଦେଖାଶୁଣା କରିବା ପାଇଁ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି କାମ୍ୟାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଓଡ଼ିଶାରେ ରହୁଥିବା କାମ୍ୟା ନିଜର ପ୍ରଥମ ଚେଷ୍ଟାରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୯ରେ ସେ  ୟୁପିଏସସି ପରୀକ୍ଷାରେ ୧୭୨ ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ମାତ୍ର ୨୨ବର୍ଷ ବୟସରେ ଆଇପିଏସ ଅଧିକାରୀ ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe