ସହକର୍ମୀଙ୍କ ୧୪ବର୍ଷିୟ ଝିଅକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଆଇପିଏସ ଅଫିସରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପୁଲିସ

Advertisment
ସହକର୍ମୀଙ୍କ ୧୪ବର୍ଷିୟ ଝିଅକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଆଇପିଏସ ଅଫିସରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପୁଲିସ

The Logical Indian

ନୂଆଦିଲ୍ଲୀ: ସହକର୍ମୀଙ୍କ ଝିଅ ସହ ଅଶାଳୀନ ବ୍ୟବହାର କରିବା ଆଇପିଏସ ଅଫିସରଙ୍କୁ ପଡିଲା ମହଙ୍ଗା | ପ୍ରମାଣ ମିଳିବା ପରେ ଏବେ ଚାର୍ଜସିଟ ଦାଖଲ କଲା ପୁଲିସ | ଘଟଣାଟି ୨୦୧୯ରେ ଉତ୍ତରପ୍ରଦେଶରେ ଘଟିଥିବା ବେଳେ ପୀଡ଼ିତାଙ୍କ ମା' ଜାନୁଆରି ୩,୨୦୨୦ରେ ଏନେଇ ଅଭିଯୋଗ କରିଥିଲେ | ଏବେ ଏହାର ତଦନ୍ତ କରାଯାଇ ଅଭିଯୁକ୍ତ ଆଇପିଏସଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି |

IPS officer charge sheeted for sexually assaulting colleague's daughter in Assam | Hindustan Times Hindustan Times

ସୂଚନା ମୁତାବକ, ଅଭିଯୁକ୍ତ ଗୌରବ ଉପାଧ୍ୟାୟ ଡିସେମ୍ବର ୨୦୧୯ରେ ନିଜ ପୁଅର ଜନ୍ମଦିନ ପାର୍ଟିକୁ ନିଜ ସହକର୍ମୀ ଏବଂ ତାଙ୍କ ପୁଅ-ଝିଅକୁ ଡାକିଥିଲେ | ପାର୍ଟି ସରିବା ପରେ ଘର ଦେଖାଇବାକୁ କହି ୩ଜଣଙ୍କୁ ନିଜ ଘରକୁ ନେଇଥିଲେ ଅଭିଯୁକ୍ତ ଗୌରବ | ପୀଡ଼ିତାଙ୍କ ମା' ଶୌଚାଳୟ ଯାଇଥିବା ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ଓଠକୁ ଚୁମ୍ବନ ଦେବା ସହ ଅଶାଳୀନ ବ୍ୟବହାର କରିଥିଲେ | ପ୍ରଥମେ ପୀଡିତା କିଛି କହିନଥିଲେ ମଧ୍ୟ ଦ୍ଵିତୀୟ ଥର ସେଭଳି କରିବାରୁ ସେ ନିଜ ମା'ଙ୍କୁ ସବୁ ଜଣାଇଥିଲେ | ସବୁ ଜାଣି ଏହାକୁ ବିରୋଧ କରିବା ସହ ପୀଡ଼ିତାଙ୍କ ମା' ଜାନୁଆରି ୩, ୨୦୨୦ରେ ଏନେଇ ଅଭିଯୋଗ କରିଥିଲେ | ଏବେ ଅଭିଯୁକ୍ତ ବିରୋଧରେ ସମସ୍ତ ପ୍ରମାଣ ମିଳିବା ପରେ ଚାର୍ଜସିଟ ଦାଖଲ କରିଛି ପୁଲିସ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe