ହାଜତରେ ଅଟକ ଅଭିଯୁକ୍ତର ଦାନ୍ତ ଉପାଡିଦେଲେ ଆଇପିଏସ ଅଫିସର

Advertisment
ହାଜତରେ ଅଟକ ଅଭିଯୁକ୍ତର ଦାନ୍ତ ଉପାଡିଦେଲେ ଆଇପିଏସ ଅଫିସର

ଚେନ୍ନାଇ: ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଜଣେ ଆଇପିଏସ୍ ଅଧିକାରୀ ଅଭିଯୁକ୍ତଙ୍କୁ ଜେଲରେ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ଆଉ ଏହି ଘଟଣାରେ ଆଇପିଏସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମିଳିଥିବା ଅଭିଯୋଗ ମୁତାବକ ଏକ ମାମଲାରେ ଅଟକ ଥିବା ତିନି ଜଣ ଅଭିଯୁକ୍ତଙ୍କର ପୁଲିସ ବାବୁ ଦାନ୍ତ ଉପାଡି ଦେଇଥିବାର ଜଣାପଡିଛି | ଅତିରିକ୍ତ ପୁଲିସ ଅଧୀକ୍ଷକ ବଲବୀର ସିଂଙ୍କ ନାମରେ ଏହି ଅଭିଯୋଗ ଆସିଛି | ଘଟଣାର ଭିଡିଓ ଭାଇରାଲ ହେବା ପରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ସେ ବଲବୀର ସିଂଙ୍କୁ ନିଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, "ମୁଁ ତାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି। ମାଜିଷ୍ଟ୍ରେଟ ତଦନ୍ତ ରିପୋର୍ଟ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନକୁ ନେଇ କୌଣସି ସାଲିସ କରାଯିବ ନାହିଁ |

ଭାଇରାଲ ଭିଡିଓରେ ପୀଡିତ ଜଣକ କହିଛନ୍ତି ଯେ ଆଇପିଏସ ଅଧିକାରୀ ବଲବୀର ସିଂ ପୁଲିସ ଷ୍ଟେସନରେ ଧଳା ରଙ୍ଗର ଗ୍ଲୋଭସ୍ ପିନ୍ଧିଥିଲେ। ସେ ମୋତେ ଭିତରକୁ ଡାକିଲେ, ଯାହା ପରେ ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କ ହାତ ଭିଡି ଧରିଥିଲେ। ତା’ପରେ ପୁଲିସ ଅଧିକାରୀ ଏକ ପ୍ଳାସ ସାହାଯ୍ୟରେ ତାଙ୍କ ଦାନ୍ତ ଉପାଡ଼ିଦେଇଥିଲେ | ପୀଡିତ ଜଣକ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ତାଙ୍କ ଭାଇଙ୍କ ସହିତ ମଧ୍ୟ ଘଟିଥିଲା। ପୀଡିତ ଚେଲାପ୍ପା କହିଛନ୍ତି ଯେ ଏହି ଘଟଣାକୁ ପ୍ରାୟ ଦଶ ଦିନ ବିତିଗଲାଣି | ସେହିପରି କୋର୍ଟରେ ହାଜର କରିବା ପୂର୍ବରୁ ପୁଲିସ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ପୁଲିସ ତାଙ୍କୁ କହିଥିଲା ଯେ ପୁଲିସ ଷ୍ଟେସନରେ ମାଡ ଦିଆଯାଇଥିଲା ବୋଲି କୋର୍ଟରେ କହିବା ଆବଶ୍ୟକ ନାହିଁ । ଏଥିସହ ଯଦି କୋର୍ଟରେ ଆମର ଆଘାତ ବିଷୟରେ ପଚରାଯାଏ, ତେବେ ଗଛରୁ ଖସିପଡିଥିବାର କହିବାକୁ କୁହାଯାଇଥିଲା | ଉଲ୍ଲେଖ ଥାଉ କି ହରିୟାଣାର ବଲବୀର ସିଂ ୨୦୧୯ ବ୍ୟାଚର କର୍ଣ୍ଣାଟକ କ୍ୟାଡରର ଆଇପିଏସ ଅଧିକାରୀ ହୋଇଥିବାବେଳେ ସେ ଅତିରିକ୍ତ ଏସପି ଭାବେ କାର୍ଯ୍ୟ କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe