ଲକ୍ଷ୍ନୌ ହଷ୍ଟେଲରୁ ମିଳିଲା ଆଇପିଏସ ଅଫିସରଙ୍କ ୧୯ବର୍ଷୀୟ ଝିଅର ମୃତଦେହ

ଲକ୍ଷ୍ନୌର ଡକ୍ଟର ରାମ ମନୋହର ଲୋହିଆ ଆଇନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୧୯ ବର୍ଷ ବୟସ୍କା ଅନିକା ରସ୍ତୋଗୀଙ୍କ ମୃତ୍ୟୁ ହୋଇଛି। ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିବ କାରଣ।

anika

ଲକ୍ଷ୍ନୌ: ଲକ୍ଷ୍ନୌ ହଷ୍ଟେଲରୁ ମିଳିଲା ଆଇପିଏସ ଅଫିସରଙ୍କ ୧୯ବର୍ଷୀୟ ଝିଅ ଅନିକା ରସ୍ତୋଗୀଙ୍କ ମୃତଦେହ। ଭିତରପଟୁ କବାଟ ବନ୍ଦ ଥିବାରୁ ଡାକ୍ତରଖାନା ନେବାରେ ହେଲା ବିଳମ୍ବ । କିଛି ଘଣ୍ଟା ପରେ କବାଟ ଖୋଲାଯିବାରୁ ଅନିକା ଅଚେତ ହୋଇ ତଳେ ପଡ଼ିଥିବା ଦେଖାଯାଇଥିଲା। ତୁରନ୍ତ ଅନିକା ରସ୍ତୋଗୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମେ ଅନିକା ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ହୃଦଘାତ ବୋଲି କହିଛନ୍ତି ଡାକ୍ତର। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି। 

ସୂଚନା ମୁତାବକ, ଅନିକା ଆଇପିଏସ ଅଫିସର ସନ୍ତୋଷ ରସ୍ତୋଗୀଙ୍କ ଝିଅ ଥିଲେ। ସେ ଡକ୍ଟର ରାମ ମନୋହର ଲୋହିଆ ଆଇନ ବିଶ୍ୱବିଦ୍ୟାଳୟରେ ଓକିଲାତି ପଢ଼ୁଥିଲେ। ରବିବାର ତାଙ୍କ ସାଙ୍ଗମାନେ ବାରମ୍ବାର କଲ୍ କରିଥିଲେ ବି ଅନିକା ଫୋନ ଉଠାଇ ନଥିଲେ। କାରଣ ଜାଣିବା ପାଇଁ ସାଙ୍ଗମାନେ ଆସି କବାଟ ବାଡାଇବାରୁ ସେ କବାଟ ବି ଖୋଲିନଥିଲେ। କିଛି ଅଘଟଣା ଘଟିଥିବା ସନ୍ଦେହ କରି ସେମାନେ କବାଟ ଭାଙ୍ଗି ଭିତରକୁ ଯିବା ପରେ ଅନିକା ଅଚେତ ହୋଇ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ଅଚେତ ଥିଲେ ବି ସେ ଜୀବିତ ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ହୋଇଥିବା ନେଇ ଡାକ୍ତର କହିଥିଲେ ବି ଏବେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। 

ଏ ଖବର ପଢ଼ନ୍ତୁ- https://sambad.in/sports/ms-dhoni-will-never-be-forgiven-yuvraj-singhs-father-yograjs-fierce-rant-6943200

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe