ନୂଆ ବର୍ଷରୁ ଭିକ ଦେବା ଓ ମାଗିବା ମହଙ୍ଗା ପଡ଼ିବ

ଜିଲ୍ଲାପାଳ ଆଶିଷ ସିଂହ ସୂଚନା ଦେଇ କହିଛନ୍ତି ,‘ଜାନୁଆରି ୧ ତାରିଖରୁ ଭିକାରିଙ୍କୁ ଭିକ ଦେବା ସମୟରେ କି ଭିକ ମାଗିବା ବେଳେ ଧରା ପଡ଼ିଲେ ମାମଲା ରୁଜୁ କରାଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ ।’

ମପବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରକୁ ଭିକାରି ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ୨୦୨୫ ଜାନୁଆରି ୧ ତାରିଖରୁ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଯେଉଁମାନେ ଭିକାରିଙ୍କୁ ଭିକ ଦେବା ସମୟରେ ଧରା ପଡ଼ିବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଆଶିଷ ସିଂହ ସୂଚନା ଦେଇ କହିଛନ୍ତି।

ଜିଲ୍ଲାପାଳ ଆଶିଷ ସିଂହଙ୍କ କହିବାନୁସାରେ, ଭିକ ମାଗିବା ବିରୋଧୀ ଅଭିଯାନ ଚଳିତମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅର୍ଥାତ ଜାନୁଆରି ୧ ତାରିଖରୁ ଯଦି କୌଣସି ବ୍ୟକ୍ତି ଭିକ ମାଗିବା କି ଭିକ ଦେବା ସମୟରେ ଧରାପଡ଼ନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋର ସମସ୍ତ ଇନ୍ଦୋରବାସୀଙ୍କୁ ଅନୁରୋଧ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ। 

କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ ଦେଶର ୧୦ଟି ସହରକୁ ଭିକାରିମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଯେଉଁଥିରେ ଇନ୍ଦୋର ବି ସାମିଲ ରହିଛି। 
ଉଲ୍ଲେଖଯୋଗ୍ୟ, ଇନ୍ଦୋରକୁ ଭିକାରିମୁକ୍ତ କରିବା ପାଇଁ ପୁଲିସ ଓ ପ୍ରଶାସନ ଟିମ ଗତ ୧୪ଦିନ ତଳେ ୧୪ଜଣ ଭିକାରିଙ୍କୁ ଧରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭିକାରିଙ୍କ ପାଖରୁ ନଗଦ ୭୫ହଜାର ଟଙ୍କା  ପୁଲିସ ପାଇଥିଲା। ଯାହାକୁ ସେ ମାତ୍ର ୧୦ରୁ୧୨ ଦିନ ମଧ୍ୟରେ ସଂଗ୍ରହ କରିଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe