ଇରାନ୍‌ରେ ୬୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

Advertisment
ଇରାନ୍‌ରେ ୬୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ତେହରାନ: ଇରାନ୍‌ରେ ରବିବାର ଅପରାହ୍ନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଖବର ମିଳିଛି। ଏହି ବିମାନଟି ତେହରାନ୍‌ରୁ ୟାସୁଜ ଅଭିମୁଖେ ଯାତ୍ରା କରୁଥିଲା।

publive-image

ଇରାନ୍‌ର ଅସେମନ୍‌ ଏୟାରଲାଇନ୍ସଙ୍କ କହିବାନୁସାରେ, ବିମାନଟି ଦକ୍ଷିଣ ଇରାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ପାଖାପାଖି ୬୬ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ତେବେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ରାଡାରରୁ ଉଭେଇ ଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରି ଦେଇଛନ୍ତି।

କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ବିମାନଟି ଜରୁରିକାଳୀନ ଅବତରଣ କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କେତେ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସୂଚନା ମିଳି ପାରି ନଥିଲା। ଏ ସମ୍ପର୍କରେ ଆହୁରି ଅଧିକ ସୂଚନା ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe