ଇରାନ୍‌ ପାକିସ୍ତାନକୁ ଦେଲା ଚେତାବନୀ, ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଉଠାଯିବ ଶକ୍ତ ପଦକ୍ଷେପ

Advertisment
ଇରାନ୍‌ ପାକିସ୍ତାନକୁ ଦେଲା ଚେତାବନୀ, ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଉଠାଯିବ ଶକ୍ତ ପଦକ୍ଷେପ

ତେହରାନ୍‌: ଇରାନ୍‌ ପାକିସ୍ତାନକୁ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସିଧାସଳଖ ଚେତାବନୀ ଦେଇଛି। ଇରାନ୍‌ ପାକିସ୍ତାନକୁ କହିଛି, ଯଦି ଆତଙ୍କବାଦୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ଶକ୍ତ ପଦକ୍ଷେପ ନେବାକୁ ପଡ଼ିବ।

ଇରାନ୍‌ର ରାଷ୍ଟ୍ରପତି ହସନ ରୁହାନି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ଫୋନ୍‌ରେ କଥା ହେବା ସମୟରେ ଇମରାନ୍‌ଙ୍କୁ ଆତଙ୍କବାଦୀ ବିରୋଧରେ ଆକସନ୍‌ ନେବାକୁ ଇରାନ୍‌ର ରାଷ୍ଟ୍ରପତି କହିଛନ୍ତି। ଇରାନ୍‌ର କହିବାନୁସାରେ,  ଫେବ୍ରୁଆରି ୧୩ରେ ସିସ୍ତାନ-ବଲୁଚିସ୍ତାନର ଦକ୍ଷିଣ-ପୂର୍ବରେ ଯେଉଁ ଆତ୍ମଘାତୀ ଆକ୍ରମଣ ହୋଇଥିଲା ତା’ପଛରେ ପାକିସ୍ତାନ ସୁସାଇଡ ବମ୍ବର ହାତ ଥିଲା।  ଏହି ଆକ୍ରମଣରେ ଇରାନ୍‌ର ଦାବି କରିଛି କି, ରେେଓ୍ଵାଲୁସନରି ଗାଡର୍ସର ୨୭ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପଛରେ ସୁନ୍ନି ଜେହାଦି ସଙ୍ଗଠନ-ଜୈସ୍‌-ଅଲ-ଅଦଲର ହାତ ଥିବା କଥା ଇରାନ୍‌ କହିଛି।

ଇରାନ୍‌ ପାକିସ୍ତାନ୍‌ ଆର୍ମି ଓ ଇଣ୍ଟେଲିଜେନ୍ସ ଏଜେନ୍ସି (ଆଇଏସ୍‌ଆଇ)ଙ୍କ ଉପରେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଅଭିଯୋଗ ଲଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe