ତେହେରାନ: ଭାରତ ମହାସାଗରରେ ଏକ ଇରାନୀଯୁଦ୍ଧଜାହାଜ ଉପରେ ଆକ୍ରମଣ ହେବାର କିଛି ଘଣ୍ଟା ପରେ, ଗୁରୁବାର ଦିନ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ଉତ୍ତର ପାରସ୍ୟ ଉପସାଗରରେ ଏକ ଆମେରିକୀୟ ଟ୍ୟାଙ୍କରକୁ ଆକ୍ରମଣ କରିଥିବା ଦାବି କରିଛି। ଇରାନୀ ସରକାରୀ ଗଣମାଧ୍ୟମ କହିଛି, ଆମେରିକୀୟ ଜାହାଜରେ ନିଆଁ ଲାଗିଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କାରେ ଜିଛି ଜଣାପଡ଼ିନାହିଁ। ଏହି ଘଟଣା ସଂଘର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରୁଛି।
ଛଅ ଜଣ ଆମେରିକୀୟ ସୈନିକଙ୍କ ଯାଇଛି ଜୀବନ
ଏହା ଯୋଗୁ ଇରାନରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଛଅ ଜଣ ଆମେରିକୀୟ ସୈନିକଙ୍କ ଜୀବନ ଯାଇଛି। ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଏକ ଆମେରିକୀୟ ବୁଡ଼ାଜାହାଜକୁ ବୁଡ଼ାଇ ଦେବାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏକ ଇରାନୀ ଯୁଦ୍ଧଜାହାଜ ଫ୍ରିଗେଟ୍ ଆଇରିସ୍ ଡେନାକୁ ଭାରତ ମହାସାଗରରେ ଆକ୍ରମଣ କରାଯାଇଥିଲା। ଏହା ଦ୍ବାରା ଯୁଦ୍ଧ ଭାରତ ପାଖାପାଖି ଆସି ପହଞ୍ଚିଛି।
ଆହୁରି ପଢନ୍ତୁ - Israel: ଇସ୍ରାଏଲର ରାଜକୋଷ ଖାଲି କରୁଛି ଇରାନ ଯୁଦ୍ଧ: ୬ ଦିନରେ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ
ଆମେରିକୀୟ ଜାହାଜରେ ନିଆଁ ଲଗାଇଲା ଆଇଆର୍ଜିସି
ଇରାନୀ ନୌସେନା ଫ୍ରିଗେଟ୍ ଆଇରିସ୍ ଡେନାକୁ ବୁଡ଼ାଇ ଦେବା ଘଟଣାରେଇରାନକଡ଼ା ପ୍ରତିକ୍ରିୟା ପ୍ରକାଶ କରିିାର କିଛି ଘଣ୍ଟା ପରେ ଏହା ଘଟିଛି। ଇରାନୀ ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ୍ ଆରାଘଚି କହିଥିଲେ ଭାରତୀୟ ନୌସେନାର ଅତିଥି ଆଇରିସ୍ ଡେନାକୁ ଅନ୍ତର୍ଜାତୀୟ ଜଳସୀମାରେ କୌଣସି ଚେତାବନୀ ବିନା ଫ୍ରିଗେଟ୍ ଡେନା ଉପରେ ଆକ୍ରମଣ କରାଯାଇଥିଲା।
ଆହୁରି ପଢନ୍ତୁ - Israel: ଇସ୍ରାଏଲର ରାଜକୋଷ ଖାଲି କରୁଛି ଇରାନ ଯୁଦ୍ଧ: ୬ ଦିନରେ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ
ପଶ୍ଚାତାପ କରିବ ଆମେରିକା
ଆରାଘଚି ଚେତାବନୀ ଦେଇ କହିଥବଲେ, ମୋର କଥା ମନେରଖ, ଆମେରିକା ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବାରୁ ପଶ୍ଚାତାପ କରିବ।ଫ୍ରିଗେଟ୍ଆଇରିସ୍ ଡେନା ଗତ ମାସରେ ଦୁଇଟି ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରିବା ପରେ ଭାରତର ବିଶାଖାପାଟଣାରୁ ଇରାନକୁ ଫେରୁଥିବା ବେଳେ ଏହା ଉପରେ ଏକ ଆମେରିକାର ଟର୍ପେଡୋ ମାଡ଼ କରାଯାଇଇଥିଲା। ଆନ୍ତର୍ଜାତୀୟ ଜଳସୀମାରେ ଏହି ଅଚାନକ ଆକ୍ରମଣରେ ୮୭ ଜଣ ଇରାନୀ ନାବିକଙ୍କ ମୃତ୍ୟୁ ହୋଇଥିଲା। ୬୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି।
ଆହୁରି ପଢନ୍ତୁ - Iran attack: ଅଯଥା କଥା କୁହନ୍ତି ନାହିଁ ଟ୍ରମ୍ପ: ଇରାନ ଆକ୍ରମଣ ନେଇ କଡ଼ା ବାର୍ତ୍ତା ଜାରି କଲା ହ୍ୱାଇଟ୍ ହାଉସ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/05/iran-attack-2026-03-05-15-41-20.jpeg)