ଇସ୍ରାଏଲ ଉପରେ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ଇରାନ ମଙ୍ଗଳବାର ଇସ୍ରାଏଲ ଉପରକୁ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହା ସହିତ ଇରାନ ଓ ଇସ୍ରାଏଲ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ବଢିଯାଇଛି । ଇରାନ ଏହାର ଭୟଙ୍କର ପରିଣାମ ଭୋଗିବ ବୋଲି ଇସ୍ରାଏଲ ଧମକ ଦେଇଛି ।

ଅଦ୍ୟତନ ହୋଇଛି
iran

ତେଲ୍ ଅଭିଭ୍ : ଇରାନ ମଙ୍ଗଳବାର ଇସ୍ରାଏଲ ଉପରକୁ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହା ସହିତ ଇରାନ ଓ ଇସ୍ରାଏଲ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ବଢିଯାଇଛି । ଇରାନ ଏହାର ଭୟଙ୍କର ପରିଣାମ ଭୋଗିବ ବୋଲି ଇସ୍ରାଏଲ ଧମକ ଦେଇଛି ।

ଇସ୍ରାଏଲରେ ଇରାନୀ କ୍ଷେପଣାସ୍ତ୍ର ପହଞ୍ଚିବା ମାତ୍ରେ ଇସ୍ରାଏଲରେ ସାଇରନ୍ ବାଜିଥିଲା ଏବଂ ତେଲ ଆଭିବର ସମସ୍ତ ନାଗରିକଙ୍କୁ ବୋମା ଆଶ୍ରୟସ୍ଥଳକୁ ପଠାଯାଇଥିଲା। ଇରାନର ଆକ୍ରମଣର ଜବାବରେ ଆମେରିକା ମଧ୍ୟ ଏହାର ଭୟାବହ ପରିଣାମ ଭୋଗିବାକୁ ଚେତାବନୀ ଦେଇଛି।

ଏହା ପୂର୍ବରୁ ଖବର ଆସିଥିଲା ଯେ ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତ ହେଉଛି । ଆମେରିକା ଏ ନେଇ ସୂଚନା ଦେଇଥିଲା ।ଏଭଳି ସ୍ଥିତିରେ ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଆମେରିକା ଚେତାଇଦେଇଛି । ସେହିପରି ତେଲ୍ ଅଭିବରେ ଗୁଳିମାଡ଼ ହୋଇଥିବା ସୂଚନାମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe