ଇସ୍ରାଏଲ ଆକ୍ରମଣ ପଛରେ ଇରାନ୍! ଘାତକ ଅସ୍ତ୍ର ଓ ତାଲିମ ଯୋଗାଇଥିବା ଦାବି

Advertisment
ଇସ୍ରାଏଲ ଆକ୍ରମଣ ପଛରେ ଇରାନ୍! ଘାତକ ଅସ୍ତ୍ର ଓ ତାଲିମ ଯୋଗାଇଥିବା ଦାବି

ଟେଲ୍ ଅଭିଭ: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀମାନେ ଗତମାସରେ କରିଥିବା ଭୟାନକ ଆକ୍ରମଣ ପଛରେ ଇରାନ୍‌ର ହାତଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ଇରାନ୍ ହିଁ ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲରେ ଆକ୍ରମଣ ପାଇଁ ପ୍ରଚୁର ଯୁଦ୍ଧାସ୍ତ୍ର ଓ ତାଲିମ ଯୋଗାଇ ଦେଇଥିଲା ବୋଲି ‘ଦ ସନ୍‌’ର ଏକ ରିପୋର୍ଟରେ ଦାବି କରାଯାଇଛି । ହମାସ୍ ଆତଙ୍କବାଦୀମାନଙ୍କୁ ଇରାନ ଅତ୍ୟାଧୁନିକ ରକେଟ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା ଏବଂ ବିଭିନ୍ନ ଦିଗରୁ ଆକ୍ରମଣ ପାଇଁ ତାଲିମ ଉପଲବ୍ଧ କରାଇଥିଲା। ସୂଚନାଯୋଗ୍ୟ, ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଅକ୍ଟୋବର ୭ରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ଏବଂ ଏଥିରେ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

ପ୍ରାୟ ୫ ହଜାର ରକେଟ୍ ମାଡ଼ରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆତଙ୍କବାଦୀମାନେ ୨୪୨ ଜଣଙ୍କୁ ଅପହରଣ କରିନେଇଥିଲେ। ହମାସ୍ ଆତଙ୍କବାଦୀମାନେ ଇରାନ୍‌ଠାରୁ ହାସଲ କରିଥିବା ବିପୁଳ ଅସ୍ତ୍ରଶସ୍ତ୍ର ବିଭିନ୍ନ ସୁଡ଼ଙ୍ଗରେ ଜମା କରୁଥିଲେ। ଇସ୍ରାଏଲ ଏବେ ଚଳାଇଥିବା ଅପରେସନରେ ହମାସ୍‌ରଏକ ଅସ୍ତ୍ରଭଣ୍ଡାର ଠାବ କରିଛି ଏବଂ ସେଠାରେ ଇରାନ୍‌ ନିର୍ମିତ ଅସ୍ତ୍ର ଗଚ୍ଛିତ ଥିବା ଜଣଣାପଡ଼ଇଛି। ଇସ୍ରାଏଲରେ ମଧ୍ୟ ହମାସ ଆତଙ୍କବାଦୀମାନେ ଛାଡ଼ିଯାଇଥିବା ଅସ୍ତ୍ରଶସ୍ତ୍ର ଇରାନ୍ ନିର୍ମିତ ବୋଲି ଜଣାପଡ଼ିଛି। ଇରାନ୍ ନିର୍ମିତ ଆତ୍ମଘାତୀ ଡ୍ରୋନ, ଆଇଇଡି, ରକେଟ୍ ଏବଂ ସ୍ବୟଂଚାଳିତ ବନ୍ଧୁକ ବହୁ ସଂଖ୍ୟାରେ ଜବତ ହୋଇଥିବାରୁ ଇସ୍ରାଏଲ ଆକ୍ରମଣ ପଛରେ ଇରାନ୍‌ର ହାତ ଥିବା ସ୍ପଷ୍ଟ ହୋଇଛି ବୋଲି କେତେକ ବିଶେଷଜ୍ଞ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe