ନୂଆଦିଲ୍ଲୀ: ରବିବାର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି) ଦାବି କରିଛି ଯେ ଏହା କୁଏତରେ ଥିବା ଆମେରିକାର ଏକ ନୌସେନା ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦ୍ୱାରା ଆକ୍ରମଣ କରି ଏହାକୁ ଧ୍ବଂସ କରିଦେଇଛି।ଆମେରିକା ଓ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ କରିବା ପରେ ଏହି ଆକ୍ରମଣ ଘଟିଛି ଏବଂ ତେହେରାନ ଏହି ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି।
ଆଇଆର୍ଜିସି କହିଛି ଯେ, କୁଏତର ଅବଦୁଲ୍ଲା ମୁବାରକ ଅଞ୍ଚଳରେ ଥିବା ଆମେରିକୀୟ ନୌସେନା ଘାଟି ଉପରେ ଚାରିଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ୧୨ଟି ଡ୍ରୋନ୍ ମାଡ଼ କରାଯାଇଛି। ଭାରତରେ ଥିବା ଇରାନ ଦୂତାବାସ ପକ୍ଷରୁ ପୋଷ୍ଟ କରାଯାଇଥିବା ବିବୃତିରେ ଆହୁରି ଦାବି କରାଯାଇଛି ଯେ, ଆମେରିକୀୟ ଜାହାଜ ପାଇଁ ଗୋଳାବାରୁଦ ପରିବହନ କରୁଥିବା ଏକ ଏମ୍ଏସ୍ପି ଜାହାଜ ଉପରେ ଜେବେଲ ଅଲ୍ଲୀ ଆଙ୍କରେଜରେ ଚାରୋଟି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଆମେରିକୀୟ ଜାହାଜ ପାଇଁ ଇନ୍ଧନ ପରିବହନ କରୁଥିବା ଏକ ଏମ୍ଏସ୍ଟି-ଶ୍ରେଣୀର ଯୁଦ୍ଧ ସହାୟତା ଜାହାଜ ମଧ୍ୟ ଇରାନର କାଦର ୩୮୦ କ୍ଷେପଣାସ୍ତ୍ର ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।
ଆହୁରି ପଢନ୍ତୁ: Iran's target: ଆମେରିକାର ୧୪ ଘାଟିକୁ ଇରାନର ଟାର୍ଗେଟ୍: କୌଣସି ସୈନିକଙ୍କ ମୃତ୍ୟୁ ଦାବିକୁ ୱାସିଂଟନର ଅସ୍ବୀକାର
ଇରାନ ଦ୍ୱାରା ବର୍ଣ୍ଣିତ କ୍ଷୟକ୍ଷତିର ପରିମାଣ ବିଷୟରେ କୁଏତ ସରକାର କିମ୍ବା ଆମେରିକା ପକ୍ଷରୁ ତୁରନ୍ତ କୌଣସି ନିରପେକ୍ଷ ନିଶ୍ଚିତତା ମିଳିନାହିଁ। ଏହା ପୂର୍ବରୁ କୁଏତର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଥିଲା ଯେ, ଏକ ଡ୍ରୋନ୍ ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ୍ କରିଥିଲା, ଯେଉଁଥିରେ ଅନେକ କର୍ମଚାରୀ ଆହତ ହୋଇଥିଲେ। ରାଷ୍ଟ୍ରାୟତ୍ତ ସମ୍ବାଦ ଏଜେନ୍ସି ଏହା ମଧ୍ୟ ରିପୋର୍ଟ କରିଛି ଯେ, ଅଲ୍ଲୀ ଅଲ୍-ସାଲେମ୍ ଏୟାର୍ ବେସ୍ ଉପରେ ହୋଇଥିବା ଆକ୍ରମଣରେ ତିନି ଜଣ ସୈନିକ ଆହତ ହୋଇଛନ୍ତି। ତେବେ ଆମେରିକା ସେନା କହିଛି ଯେ ଏହା ରିପୋର୍ଟର ଅନୁଧ୍ୟାନ କରୁଛି ଏବଂ ଏହା ଏହି ଅଞ୍ଚଳରେ ଥିବା ଏହାର ଘାଟିରେ ମୃତାହତଙ୍କ ସଂଖ୍ୟା ନିଶ୍ଚିତ କରିନାହିଁ। ଏହା ପୂର୍ବରୁ ଇରାନର ଶହ ଶହ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ସତ୍ତ୍ୱେ ଆମେରିକାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଏବଂ ସର୍ବନିମ୍ନ କ୍ଷୟକ୍ଷତି ହୋଇଥିବା ରିପୋର୍ଟ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/01/01bbs_42_01032026_112-2026-03-01-17-44-08.jpg)