ବିବାଦୀୟ କଠୋର ହିଜାବ ଆଇନକୁ ସ୍ଥଗିତ ରଖିଲେ ଇରାନ ସରକାର

ନିଜ ଦେଶବାସୀ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରବଳ ସମାଲୋଚନା ସହିବା ପରେ ଇରାନ  ସରକାର ଶେଷରେ ବିବାଦୀୟ ହିଜାବ ଆଇନକୁ ସ୍ଥଗିତ ରଖିଛନ୍ତି । ଏହି ଆଇନକୁ ସମୀକ୍ଷା ପାଇଁ ରାଜନୈତିକ ନେତୃତ୍ୱ ଏବଂ ଜାତୀୟ ସୁରକ୍ଷା ପରିଷଦକୁ ପଠାଯାଇଛି।

iran1

ତେହେରାନ : ନିଜ ଦେଶବାସୀ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରବଳ ସମାଲୋଚନା ସହିବା ପରେ ଇରାନ  ସରକାର ଶେଷରେ ବିବାଦୀୟ ହିଜାବ ଆଇନକୁ ସ୍ଥଗିତ ରଖିଛନ୍ତି । ଏହି ଆଇନକୁ ସମୀକ୍ଷା ପାଇଁ ରାଜନୈତିକ ନେତୃତ୍ୱ ଏବଂ ଜାତୀୟ ସୁରକ୍ଷା ପରିଷଦକୁ ପଠାଯାଇଛି।

ଦୁଇ ବର୍ଷ ତଳେ କଠୋର ହିଜାବ ଆଇନ ଯୋଗୁଁ ମହସା ଅମିନୀ ନାମକ ଯୁବତୀଙ୍କୁ ଇରାନର ଧାର୍ମିକ ପୁଲିସ୍ ଗିରଫ କରିଥିଲା ଓ ପରେ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଇରାନରେ ପ୍ରବଳ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା ଓ ତାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ବି ପଡ଼ିଥିଲା । ଇରାନ ସରକାର ଏହି ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରିଥିଲେ ବି ବିଦ୍ରୋହର ନିଆଁ ଜାରି ରହିଥିଲା ।

ମଙ୍ଗଳବାର ଇରାନ ଉପରାଷ୍ଟ୍ରପତି ଶାହରାମ ଡାବିରି କହିଛନ୍ତି ଯେ ଏହି ଆଇନକୁ ସମୀକ୍ଷା ପାଇଁ ରାଜନୈତିକ ନେତୃତ୍ୱ ଏବଂ ଜାତୀୟ ସୁରକ୍ଷା ପରିଷଦକୁ ପଠାଯାଇଛି। ଖବରକାଗଜ 'ହମ୍ମିହାନ୍'କୁ ଡାବିରି କହିଛନ୍ତି, ଏହି ଆଇନ ଉପରେ ଆଗକୁ ବଢ଼ିବା ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।  ଇରାନର ଏହି ଆଇନରେ ହିଜାବ ନ ପିନ୍ଧିଲେ ପ୍ରବଳ ଜରିମାନା, ସରକାରୀ ସେବାରୁ ବଞ୍ଚିତ ଓ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ବାରମ୍ବାର ଦୋଷୀଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ସମ୍ପତ୍ତି ଜବତ କରିବାକୁ ପ୍ରସ୍ତାବ ଦିଆଯାଇଛି। ବ୍ୟବସାୟୀମାନେ ନିୟମ ନ ମାନିଲେ ଦୋକାନ ବନ୍ଦ କରିବା ଭଳି ଜରିମାନା ଓ ଦଣ୍ଡର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe